ବିଶ୍ୱର ବିଭିନ୍ନ ଦେଶରେ ଓମିକ୍ରନ ଭାରିଆଣ୍ଟ ଚିହ୍ନଟ ହେଉଥିବାବେଳେ ପ୍ରଥମଥର ପାଇଁ ଓଡିଶାରେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦୁଇଜଣଙ୍କ ଠାରେ ଓମିକ୍ରନ ଭାରିଆଣ୍ଟ ଚିହ୍ନଟ ହୋଇଛି । ଦୁଇ ଆକ୍ରାନ୍ତ ନାଇଜେରିଆ ଏବଂ କତାରରୁ ଫେରିଥିଲେ । ଆକ୍ରାନ୍ତ ଦୁଇ ଜଣ ବିଦେଶରୁ ଫେରିବାପରେ ସେମାନଙ୍କର ନମୂନା ପରୀକ୍ଷା ପାଇଁ ପଠାଯାଇଥିଲା । ଜିନମ ସିକୁଏନ୍ସିଂ ପରେ ବିଦେଶ ଫେରନ୍ତା ଦୁଇ ଜଣ ଓମିକ୍ରନ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି । ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ୨୧ ଜଣଙ୍କର କଣ୍ଟାକ୍ଟ ଟ୍ରେସିଂ ମଧ୍ୟ କରାଯାଇଛି । ଜଗତସିଂହପୁର ଆକ୍ରାନ୍ତ ଜଣଙ୍କ କଟକରେ ଚିକିତ୍ସିତ ହେଉଛନ୍ତି । ଖୋର୍ଦ୍ଧାର ଆକ୍ରାନ୍ତ ଜଣଙ୍କ ଭୁବନେଶ୍ୱରରେ ଚିକିତ୍ସିତ ହେଉଛନ୍ତି । ରାଜ୍ୟରେ ଓମିକ୍ରନ ଚିହ୍ନଟ ହେବାପରେ ସରକାରୀ ତତ୍ପରତା ପ୍ରକାଶ ପାଇଛି । ଲୋକସଭା ଭବନରେ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତି ସମୀକ୍ଷା କରାଯାଇଛି ।

ଗତ ନଭେମ୍ବର ମାସ ପରଠାରୁ ଏପର୍ଯ୍ୟନ୍ୟ ବିଦେଶରୁ 8800 ଜଣ ଓଡିଶା ଆସିଥିବା ବେଳେ ରିସ୍କି ଦେଶରୁ 1600 ଜଣ ଆସିଛନ୍ତି ।

LEAVE A REPLY

Please enter your comment!
Please enter your name here