ଜୋରସୋରରେ ଚାଲିଛି ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର । ଏହାରି ଭିତରେ ବିରୋଧୀ ବିଜେପି ପୁଣି ଉଠାଇଛି ମମିତା ମେହେର ପ୍ରସଙ୍ଗ । ମମିତା ମେହେରଙ୍କୁ ନ୍ୟାୟ ପ୍ରସଙ୍ଗ । ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ନ୍ୟାୟ ପାଇଁ ଆଜି ନବୀନ ନିବାସ ଘେରାଉ କରିଛି ବିଜେପି । ଜଷ୍ଟିସ ଫର ମମିତା ମେହେର ନାରା ଦେଇ ଦଳ ଆଜି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରିବାକୁ ଯୋଜନା କରିଛି । ମମିତା ମେହେର ହତ୍ୟାକୁ ୪ ମାସ ବିତିଯାଇଥିଲେ ମଧ୍ୟ ଏଯାଏଁ କାର୍ଯ୍ୟାନୁଷ୍ଠାନ ଶୂନ । ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି ପାଣିର ଗାର ପାଲଟିଥିବାରୁ ଏହାର ପ୍ରତିବାଦରେ ପୁଣି ଏଭଳି ଆନ୍ଦୋଳ ଆରମ୍ଭ କରାଯାଇଛି ବୋଲି ଦଳ କହିଛି । ସେପଟେ ବିଜେପିର କାର୍ଯ୍ୟକ୍ରମ ନେଇ ବଢିଛି ନବୀନ ନିବାସ ଅଞ୍ଚଳରେ ସୁରକ୍ଷା । ନବୀନ ନିବାସ ମୁଖ୍ୟ ରାସ୍ତା ପୋଲିସ ଛାଉଣୀରେ ପରିଣତ ହୋଇଛି । ପୁରା କଡା ସୁରକ୍ଷା ବଳୟ ଭିତରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ରହିଛି ।

LEAVE A REPLY

Please enter your comment!
Please enter your name here