ଡାକ୍ତର ସୁମିତ ସାହୁଙ୍କ ଘର ଗ୍ରୀଲ ଭାଙ୍ଗିବା ଘଟଣାରେ ଥାନାରେ ଏତଲା ଦେଲେ ବାପା ପ୍ରମୋଦ ସାହୁ । ଗତକାଲି ଘରେ ଅଣଅଧିକାର ପ୍ରବେଶ କରିବା ନେଇ ଥାନାରେ ଏତଲା ଦେଇଛନ୍ତି । ତପସ୍ୱିନୀ, ତାଙ୍କର ବାପା, ସମାଜସେବୀ ପ୍ରମିଳା ତ୍ରୀପାଠି ଏବଂ ସହଯୋଗୀଙ୍କ ନାଁରେ ଏତଲା ଦିଆଯାଇଛି । ଏହି ସମସ୍ତଙ୍କ ନାଁରେ ବୈଦନାଥପୁର ଥାନାରେ ଅନଲାଇନ୍ ଏତଲା କରାଯାଇଛି । କାଲି ସୁମିତଙ୍କ ବ୍ରହ୍ମାନଗର ଘରେ ଶହ ଶହ ମହିଳା ଧସେଇ ପଶିଥିଲେ । ସ୍ଥାନୀୟ ଅଞ୍ଚଳର ଶତାଧିକ ମହିଳା ହୋ ହଲ୍ଲା କରିବା ସହ ଗେଟ ଭାଙ୍ଗି ଦେଇଥିଲେ । କାଲିଠୁ ଘର ଗ୍ୟାରେଜରେ ରହିଛନ୍ତି ତପସ୍ୱିନୀ ।

ଅନ୍ୟପକ୍ଷରେ ଭିଡିଓ ରିଲିଜ କରି ପ୍ରତିକ୍ରିୟା ଜଣାଇଛନ୍ତି ସୁମିତଙ୍କ ଜେଜେ ମା’ । ତପସ୍ୱିନୀ, ପ୍ରମିଳା ତ୍ରୀପାଠି କାଲି ଆମ ଘରେ ଧସେଇ ପଶିଛନ୍ତି । ଆମକୁ ତାଲା ପକାଇ ରଖିଛନ୍ତି । ଆମେ ସମସ୍ତେ ଅସୁସ୍ଥ ହୋଇପଡିଛୁ । ଜିଲ୍ଲାପାଳ ଓ ଏସପି ଆମକୁ ଉଦ୍ଧାର କରନ୍ତୁ । ବହୁତ ଭୟ ଲାଗୁଛି, କହି ଏକ ଭିଡିଓ ଛାଡିଛନ୍ତି । ସୁମିତ ମଧ୍ୟ ଭିଡିଓରେ ପ୍ରତିକ୍ରିୟା ରଖିଛନ୍ତି ।

ସୁମିତଙ୍କ ବାପା ଥାନାରେ ଏତଲା ଦେବା ପରେ ପୋଲିସ ଆଜି ତାଙ୍କ ଘର ଆଗରେ 144 ଧାରା ଜାରି କରିଛି । ସୁମିତଙ୍କ ଘର ଆଗରେ ଆଉ କେହି ଗହଳି କରିପାରିବେନି । ଏଥିସହିତ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ତପସ୍ବିନୀଙ୍କୁ ନ୍ୟାୟ ଦେବାକୁ ଯାଇ ସ୍ଥାନୀୟ ମହିଳାମାନେ ଗତକାଲି ସୁମିତଙ୍କ ଘରର ମୁଖ୍ୟ ଫାଟକ ଭାଙ୍ଗିଦେଇଥିଲେ ।

LEAVE A REPLY

Please enter your comment!
Please enter your name here