ଲୁଧିଆନା କୋର୍ଟ ପରିସରରେ ବିସ୍ଫୋରଣ ଘଟିବା ଯୋଗୁ ଦୁଇଜଣଙ୍କ ପ୍ରାଣହାନୀ ଘଟିଛି । ଚାରିଜଣ ଗୁରୁତର ହୋଇଛନ୍ତି । କୋର୍ଟ ପରିସରସ୍ଥିତ ଏକ କୋଠାର ଦ୍ବିତୀୟ ମହଲାରେ ଥିବା ଏକ ବାଥରୁମ୍ ଭିତରେ ଏହି ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀ ଚରଣଜିତ୍ ଚନ୍ନି ଘଟଣାକୁ ନିନ୍ଦା କରିବା ସହ ମୃତାହତଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି । ବିସ୍ଫୋରଣସ୍ଥଳକୁ ଏନଆଇଏର ଏକ ଟିମ୍ ଯାଇ ତଦନ୍ତ ଆରମ୍ଭ କରିଛନ୍ତି ।