ରାଜ୍ୟରେ ସ୍କୁଲ ଖୋଲିବା ନିଷ୍ପତ୍ତି ବଦଳିପାରେ । ଏନେଇ ସୂଚନା ଦେଇଛନ୍ତି ଡିଏମଇଟି ଡା. ରମାରମଣ ମହାନ୍ତି । ପୂର୍ବ ସ୍ଥିତି ଦେଖି ସରକାର ସ୍କୁଲ ଖୋଲିବା ନିଷ୍ପତ୍ତି ନେଇଥିଲେ । ସେତେବେଳେ ଓମିକ୍ରନ ଆସି ନଥିଲା କି ସଙ୍କ୍ରମଣ ବଢିନଥିଲା । ଏବେ ସଂଖ୍ୟା ବଢିଲାଣି , ନିଷ୍ପତ୍ତି ବଦଳିପାରେ ବୋଲି କହିଛନ୍ତି ଡିଏମଇଟି । ଆଜି ରାଜ୍ୟରେ ଓ ଜାତୀୟ ସ୍ତରରେ ସଙ୍କ୍ରମଣ ବଢିିଛି । ରାଜ୍ୟ ସରକାର ଠିକ ସମୟରେ ଠିକ ନିଷ୍ପତ୍ତି ନେବେ । ପ୍ରାଥମିକ ସ୍କୁଲ ଖୋଲିବା ନେଇ କାଲି ଗଣଶିକ୍ଷା ମନ୍ତ୍ରୀ କହିଥିଲେ । ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଜାନୁଆରୀ ୩ରୁ ଖୋଲିବ କହିଥିଲେ ।