ବେସାହାରାଙ୍କ ସାହାରା ପାଲଟିଥିବା ବିଶିଷ୍ଟ ସମାଜସେବୀ ତଥା ଶହ ଶହ ଅନାଥଙ୍କ ମା’ ପଦ୍ମଶ୍ରୀ ସିନ୍ଧୁତାଇ ସପକାଲଙ୍କ ପରଲୋକ । ଦେଢମାସ ଧରି ଚିକିତ୍ସିତ ହେଉଥିଲେ ସେ । ୭୩ ବର୍ଷ ବୟସରେ ଗତକାଲି ତାଙ୍କର ଦେହାନ୍ତ ହୋଇଛି । ମହାରାଷ୍ଟ୍ରର ୱାର୍ଦ୍ଧା ଜିଲ୍ଲାରେ ଜନ୍ମିତ ସିନ୍ଧୁତାଇ ଏକ ଗରିବ ପରିବାରରେ ଜନ୍ମ ହୋଇ ସମାଜସେବା ପ୍ରତି ଆକୃଷ୍ଟ ହୋଇଥିଲେ । ଏପରିକି ନିଜ ଆର୍ଥିକ ଅନଟନରେ ରହି ସୁଦ୍ଧା ୨ ହଜାର ଅନାଥ ବାଳିକା ବାଳକଙ୍କର ମା’ ସାଜିଥଲେ । ତାଙ୍କ ପାଠ ପଢା ଦାୟିତ୍ୱ ନେବା ସହ ଲାଳନ ପାଳନ କରିଆସୁଥିଲେ । ଅନେକ ବେସାହାରାଙ୍କୁ ସେ ବିବାହ କରାଇଥିଲେ । ରେଲୱେ, ବସଷ୍ଟାଣ୍ଡ ବୁଲି ବୁଲି ରୋଜଗାର କରୁଥିଲେ । ପ୍ରାୟ ୨ ହଜାର ଅନାଥଙ୍କୁ ପୋଷିଥିବା ସିନ୍ଧୁତାଇଙ୍କ ବିୟୋଗରେ ବିଭିନ୍ନ ମହଲରୁ ଶୋକ ପ୍ରକାଶ ପାଇଛି । ଆଜି ରାଷ୍ଟ୍ରିୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ।

LEAVE A REPLY

Please enter your comment!
Please enter your name here