ସତର୍କ ରୁହନ୍ତୁ ବରିଷ୍ଠ ନାଗରିକ । ବରିଷ୍ଠ ନାଗରିକଙ୍କ ପାଇଁ କେନ୍ଦ୍ର ଜାରି କରିଛି ଆଡଭାଇଜରି । ସବୁବେଳେ ଘରେ ରହିବାକୁ ପରାମର୍ଶ । ବାହାର ଲୋକଙ୍କୁ ଘରେ ନପୂରାଇବାକୁ ଅନୁରୋଧ । ଯଦି କାହାରିକୁ ଦେଖା କରିବା ନିହାତି ଦରକାର ବୋଲି ଭାବୁଛନ୍ତି ତେବେ ଗୋଟିଏ ମିଟର ଦୂରତା ନିଶ୍ଚୟ ରଖନ୍ତୁ । ଘରେ ଚଲାବୁଲା କରନ୍ତୁ । ମାର୍କେଟ, ପାର୍କ, ଧର୍ମାନୁଷ୍ଠାନ ବର୍ତ୍ତମାନ ଯାଆନ୍ତୁ ନାହିଁ । ରୁଟିନ୍ ଚେକଅପ ପାଇଁ ହସ୍ପିଟାଲ ଯାଆନ୍ତୁ ନାହିଁ । ସବୁ ମୁଖ୍ୟ ସଚିବଙ୍କୁ ଏଭଳି ଆଡଭାଇଜରି ଜାରି କରିଛନ୍ତି କେନ୍ଦ୍ର ସରକାର । କିଭଳି ବରିଷ୍ଠ ନାଗରିକମାନେ ସୁରକ୍ଷିତ ରହିବେ । ଦେଶରେ ୬୦ରୁ ୬୯ ବର୍ଷ ବୟସ ବର୍ଗରେ ୮କୋଟି ବରିଷ୍ଠ ନାଗରିକ ଅଛନ୍ତି । ସେହିଭଳି ୭୦ରୁ ୭୯ ବୟସ ବର୍ଗ ଭିତରେ ୬କୋଟି ୪୦ ଲକ୍ଷ ଏବଂ ୮୦ ବର୍ଷରୁ ଉର୍ଦ୍ଧ୍ୱ ୨ କୋଟି ୮୦ ଲକ୍ଷ ବରିଷ୍ଠ ନାଗରିକ ଅଛନ୍ତି । ତେଣୁ ସମସ୍ତଙ୍କୁ କେମିତି ସୁରକ୍ଷିତ ରଖି ପାରିବା ସେନେଇ ଏ ଆଡଭାଇଜରି ଜାରି କରାଯାଇଛି ।

LEAVE A REPLY

Please enter your comment!
Please enter your name here