ଦେଶରେ ପୁଣି ଉପରମୁହାଁ କରୋନା ଗ୍ରାଫ୍ । ଦେଶରେ ୨୪ ଘଣ୍ଟାରେ ସଙ୍କ୍ରମଣ ସଂଖ୍ୟା ୫ ହଜାର ୨୩୩ ଚିହ୍ନଟ । ୭ ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ଆକ୍ଟିଭ୍ କେସ୍ ୨୮ ହଜାର ୮୫୭କୁ ବୃଦ୍ଧି ପାଇଛି । ଗତକାଲି ତୁଳନାରେ ପାଖାପାଖି ୪୧ ପ୍ରତିଶତ ବୃଦ୍ଧି ହୋଇଛି । ସବୁଠୁ ଅଧିକ ମାମଲା ମହାରାଷ୍ଟ୍ରରୁ ଆସିଛି । ମହାରାଷ୍ଟ୍ରରେ ୧୮୮୧ ନୂଆ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ କେରଳରୁ ଆସିଛି ୧୪୯୪ ମାମଲା । ଦିଲ୍ଲୀରୁ ୪୫୦, କର୍ଣ୍ଣାଟକରୁ ୩୪୮ ଓ ହରିୟାଣାରୁ ୨୨୭ ନୂଆ ମାମଲା ଆସିଛି ।

LEAVE A REPLY

Please enter your comment!
Please enter your name here