ଦିଲ୍ଲୀ ଇଣ୍ଡିଆ ଗେଟ୍‌ରେ ଆଉ ଦେଖିବାକୁ ମିଳିବନି ଅମର ଯବାନ ଜ୍ୟୋତି । ଆନୁଷ୍ଠାନିକ ଭାବେ ଇଣ୍ଡିଆ ଗେଟ୍ ନିକଟରେ ଥିବା ଅମର ଜବାନ ଜ୍ୟୋତିକୁ ଜାତୀୟ ଯୁଦ୍ଧ ସ୍ମାରକୀରେ ବିଲୟ କରାଯାଇଛି । ଦିଲ୍ଲୀର ଇଣ୍ଡିଆ ଗେଟରେ ୫୦ ବର୍ଷ ଧରି ଅହରହ ଜଳୁଥିଲା ମଶାଲ । ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧରେ ସହିଦ ହୋଇଥିବା ବୀର ଭାରତୀୟ ଯବାନଙ୍କ ସ୍ମୃତିରେ ଅମର ଯବାନ ଜ୍ୟୋତି ସ୍ଥାନିତ ହୋଇଥିଲା । ପ୍ରଧାନମନ୍ତ୍ରୀ ଇନ୍ଧିରାଗାନ୍ଧୀ ୨୬ ଜାନୁଆରୀ ୧୯୭୨ ରେ ଏହାର ଉଦଘାଟନ କରିଥିଲେ । ୨୦୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ଯୁଦ୍ଧ ସ୍ମାରକୀର ଉଦଘାଟନ କରିଥିଲେ । ସ୍ୱାଧୀନ ଭାରତରେ ବିଭିନ୍ନ ଯୁଦ୍ଧ ଓ ସଂଘର୍ଷରେ ସହିଦ୍ ହୋଇଥିବା ୨୬ ହଜାରରୁ ଅଧିକ ଯବାନଙ୍କ ନାମ ଏହି ସ୍ମାରକୀରେ ରହିଛି । ଆଜି ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅବସରରେ ଅମର ଯବାନ ଜ୍ୟୋଚିକୁ ଜାତୀୟ ଯୁଦ୍ଧ ସ୍ମାରକୀ ଜ୍ୟୋତିରେ ବିଲୟ କରାଯାଇଛି । ଅପରାହ୍ନରେ ଅନୁଷ୍ଠିତ ଉତ୍ସବରେ ଅମର ଯବାନ ଜ୍ୟୋତିକୁ ସ୍ଥାନାନ୍ତର କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here