ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଏବାର ଆତଙ୍କବାଦୀ ଶବିର ଅହମ୍ମଦ ଲୋନ୍‌କୁ ଦିଲ୍ଲୀ ପୋଲିସ ପଚରାଉଚରା ଆରମ୍ଭ କରିଛି। ଏହି ସମୟରେ ଶବିର ଅନେକ ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ କରିଛି। ପୂର୍ବରୁ ସେ ଦିଲ୍ଲୀର ତିନୋଟି ବଡ଼ ମନ୍ଦିରର ରେକି କରିଥିଲା। ଏହି ସମୟରେ ସେ ମନ୍ଦିରଗୁଡ଼ିକର ଭିଡିଓ ପ୍ରସ୍ତୁତ କରି ପାକିସ୍ତାନରେ ଥିବା ନିଜର ହ୍ୟାଣ୍ଡଲର୍‌ମାନଙ୍କୁ ପଠାଇଥିଲା। ଦିଲ୍ଲୀ ପୋଲିସର ପଚରାଉଚରା ସମୟରେ ଶବିର କହିଛି ଯେ, ସେ ଦିଲ୍ଲୀର କାଳକାଜୀ ମନ୍ଦିର, ଲୋଟସ୍ ଟେମ୍ପଲ ଏବଂ ଛତରପୁର ମନ୍ଦିରର ରେକି କରିଥିଲା। ମୋବାଇଲ୍‌ରେ ଏହି ତିନୋଟି ମନ୍ଦିରର ଭିଡିଓ ରେକର୍ଡ କରି ସେ ପାକିସ୍ତାନରେ ଥିବା ଲସ୍କର ହ୍ୟାଣ୍ଡଲର୍‌କୁ ପଠାଇଥିଲା। ସେ କନଟ୍ ପ୍ଲେସ୍ ଏବଂ ପାହାଡ଼ଗଞ୍ଜ ଭଳି ଅନେକ ଜନଗହଳି ପୂର୍ଣ୍ଣ ବଜାର ଅଞ୍ଚଳର ମଧ୍ୟ ରେକି କରିଥିଲା । ଶବିରକୁ ୫ ଦିନିଆ ପୋଲିସ ରିମାଣ୍ଡରେ ପଠାଯାଇଛି। ସେ ISI ଏବଂ ଲସ୍କର ସହାୟତାରେ ବାଂଲାଦେଶରେ TRF ଭଳି ଏକ ନୂଆ ଆତଙ୍କବାଦୀ ସଂଗଠନ ଗଢ଼ିବା କଥା ସ୍ୱୀକାର କରିଛି। ଏହି ସଂଗଠନ ପାଇଁ ସେ ଦିଲ୍ଲୀ-ଏନସିଆରରେ ରେକି କରିବା ସହ ନୂଆ ସଦସ୍ୟ ନିଯୁକ୍ତି କାର୍ଯ୍ୟ ଆରମ୍ଭ କରିବାକୁ ଯୋଜନା କରିଥିଲା । ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଆତଙ୍କବାଦୀ ଶବିରକୁ ଗାଜୀପୁରରୁ ଗିରଫ କରିଛି। ସ୍ପେଶାଲ ସେଲ୍‌ର ଦାବି ଅନୁଯାୟୀ, ଶବିର ପାକିସ୍ତାନୀ ଗୁପ୍ତଚର ସଂସ୍ଥା ISI ର ନିର୍ଦ୍ଦେଶରେ ଭାରତରେ ଲସ୍କର-ଏ-ତୋଏବାର ଏକ ନୂଆ ମଡ୍ୟୁଲ୍ ସକ୍ରିୟ କରିବା ସହ ଯୁବକମାନଙ୍କୁ ସଂଗଠନରେ ଭର୍ତ୍ତି କରିବା ପାଇଁ କାମ କରୁଥିଲା। ସେ ନିଜ ଲକ୍ଷ୍ୟରେ ସଫଳ ହେବା ପୂର୍ବରୁ ପୋଲିସ ତାକୁ ଗିରଫ କରିଥିଲା ।

LEAVE A REPLY

Please enter your comment!
Please enter your name here