ଡାକ୍ତର ସୁମିତ ଓ ତପସ୍ବିନୀ ବିବାଦ ମାମଲାରେ ହାଇକୋର୍ଟ ତପସ୍ବିନୀ ଓ ସୁମିତଙ୍କ ବାପାଙ୍କୁ ପକ୍ଷବୁକ୍ତ କରି ନୋଟିସ ଜାରି କରିଛନ୍ତି । ସୁମିତଙ୍କ ଘର ଆଗରେ ତପସ୍ବିନୀ ଧାରଣା ଦେଇଥିବା ବେଳେ କିଛି ସ୍ଥାନୀୟ ମହିଳା ସୁମିତଙ୍କ ଘର ଭିତରକୁ ଧସେଇ ପଶିଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ସୁମିତଙ୍କ ପରିବାର ଲୋକ ଥାନାରେ ଏତଲା ଦାୟର କରିଥିଲେ । କିନ୍ତୁ ପୋଲିସ ପକ୍ଷରୁ କୌଣସି ପଦକ୍ଷେପ ନିଆ ନ ଯିବା ପ୍ରତିବାଦରେ ପରିବାର ଲୋକେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ତେବେ ଏହି ମାମଲାରେ ତପସ୍ବିନୀ ଓ ସୁମିତଙ୍କ ବାପାଙ୍କୁ ପକ୍ଷଭୁକ୍ତ କରାଯାଇ ନ ଥିବାରୁ ହାଇକୋର୍ଟ ସେମାନଙ୍କ ପାଖକୁ ନୋଟିସ ପଠାଇବା ସହ ପରବର୍ତ୍ତୀ ଶୁଣାଣୀ ପାଇଁ ଆସନ୍ତା ଫେବୃଆରୀ 8 ତାରିଖକୁ ଧାର୍ଯ୍ୟ କରିଛନ୍ତି ।

LEAVE A REPLY

Please enter your comment!
Please enter your name here