ରାସ୍ତାକଡରୁ ମିଳିଲା ଲୁଟ୍ ହୋଇଥିବା ଭୋଟ୍ ବାକ୍ସ । ଗତକାଲି ଜଗତସିଂହପୁର ବ୍ଲକରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ବେଳେ ୩୫ରୁ ୪୦ ବିଜେପି କର୍ମୀ ପଟସରା ପଞ୍ଚାୟତର ଠୋଲବନ୍ଧ ପ୍ରକଳ୍ପ ପ୍ରାଇମେରୀ ସ୍କୁଲ ୨ ନମ୍ବର ବୁଥ୍ ରେ ପଶି ଆତଙ୍କ ଖେଳାଇଥିଲେ । ଲୁହା ରଡ୍ ,ଜିଆଇ ପାଇପ୍ ଓ ମାରଣାସ୍ତ୍ର ଧରି ନିର୍ବାଚନ ଦାୟିତ୍ୱରେ ଥିବା ସମସ୍ତଙ୍କୁ ଆକ୍ରମଣ କରି ଭୋଟ୍ ବାକ୍ସ ଲୁଟି ନେଇଥିଲେ । ସେଠାରୁ ଯାଇ ଆଉ ଏକ ବୁଥ୍ ଢିଅ ପଟସରାରେ ହଙ୍ଗାମା କରିଥିଲେ । ଯାହା ଫଳରେ ମତଦାନ ବନ୍ଦ ରହିଥିଲା । ଆଜି ସେହି ବୁଥ୍ ନିକଟରୁ ୫୦୦ ମିଟର ଦୂର କୂଳପଟସରା ୩ ନମ୍ବର ବୁଥ୍ ନିକଟ ରାସ୍ତା କଡରେ ଭୋଟ୍ ବାକ୍ସ ପଡିଥିବା ଦେଖିବାକୁ ମିଳିଛି । ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରିଛି ପୋଲିସ ।

LEAVE A REPLY

Please enter your comment!
Please enter your name here