ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ୭୮ ଦଶମିକ ୩ ପ୍ରତିଶତ ମତଦାନ ହୋଇଛି । ରାଜ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ସୁବର୍ଣ୍ଣପୁର ଜିଲ୍ଲାରେ ସର୍ବାଧିକ ୮୫ ଦଶମିକ ୬୭ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି । ସେହିପରି ଝାରସୁଗୁଡା ଜିଲ୍ଲାରେ ୮୫ ଦଶମିକ ୧୪ ପ୍ରତିଶତ ଏବଂ ବୌଦ୍ଧ ଜିଲ୍ଲାରେ ୮୪ ଦଶମିକ ୯ ପ୍ରତିଶତ ଭୋଟ ଗ୍ରହଣ ହୋଇଥିବା ଜଣାପଡିଛି । ଯାଜପୁର ଜିଲ୍ଲାରେ ସବୁଠାରୁ କମ ୭୦ ପ୍ରତିଶତ ମତଦାନ ହୋଇଛି ।

LEAVE A REPLY

Please enter your comment!
Please enter your name here