ଚତୁର୍ଥ ଦିନରେ ପହଁଞ୍ଚିଛି ରୁଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ । ରୁଷର ହମଲା ଏବେ ବେକାବୁ ହେବାରେ ଲାଗିଛି । ୟୁକ୍ରେନର ରାଜଧାନୀ କିବରେ ଭୟର ବାତାବରଣ ଖେଳିଯାଇଛି । ଏଠାରେ କ୍ରମାଗତ ଭାବେ ସାଇରନ୍ ବାଜୁଛି । ଗ୍ୟାସ୍‌ ପାଇପ୍‌ଲାଇନ୍‌ ନଷ୍ଟ କରି ଦେଇଥିବା କଥା ଆଜି ୟୁକ୍ରେନର ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି । ୧.୫ ନିୟୁତ ଜନତା ବାସ କରୁଥିବା ଏହି ସହର ଋଷ ସୀମା ଠାରୁ ୪୦ କିଲୋମିଟର୍‌ ଦୂରରେ ଅବସ୍ଥିତ । ରୁଷର ସେନା ଖାରକିଭରେ ପ୍ରବେଶ କରିଛି । ବର୍ତ୍ତମାନ ୟୁକ୍ରେନର ରାଜଧାନୀ କିବ୍ କୁ କବଜା କରିବାକୁ ପ୍ରସ୍ତୁତ ହେଉଛି ରୁଷ । କିବ୍ ରେ ରହୁଥିବା ସାଧାରଣ ଜନତା ନିଜକୁ ବଞ୍ଚାଇବାକୁ ସହର ଛାଡି ପଳାଉଛନ୍ତି ।

LEAVE A REPLY

Please enter your comment!
Please enter your name here