ଋଷିଆର ଭୟଙ୍କର ଆକ୍ରମଣରେ ୟୁକ୍ରେନର ଗୋଟିଏ ପରେ ଗୋଟିଏ ସହର ଧ୍ବସ୍ତ ବିଧ୍ବଂସ୍ତ ହୋଇ ଚାଲିଥିବା ବେଳେ ୟୁକ୍ରେନ ସେନା ଆକ୍ରମଣରେ 6 ହଜାର ଋଷ ସୈନିକ ପ୍ରାଣ ହରାଇଲେଣି ବୋଲି ଦାବି କରିଛି ୟୁକ୍ରେନ । ଦେଶର ଦ୍ବିତୀୟ ବୃହତ୍ତମ ସହର ଖାରକିଭରେ ଯୁଦ୍ଧବିମାନରୁ ପାରାଚୁଟରେ ଓହ୍ଲାଉଥିବା ଋଷ ସୈନ୍ୟଙ୍କୁ ୟୁକ୍ରେନ ସେନା ହତ୍ୟା କରିଛି । ୟୁକ୍ରେନ ସେନା ଆକ୍ରମଣରେ 6 ହଜାରରୁ ଅଧିକ ଋଷ ସୈନିକଙ୍କ ମୃତ୍ୟୁ ହେଲାଣି ବୋଲି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି । ଅନ୍ୟପକ୍ଷରେ ଋଷିଆର ବିମାନ ଆକ୍ରମଣରେ କିଭ୍ ସହର ଧ୍ବସ୍ତ ବିଧ୍ବସ୍ତ ହୋଇଛି । ଖାରକିଭ୍ ସହର ଦଖଲ ପାଇଁ ଋଷିଆର ହଜାର ହଜାର ସୈନ୍ୟ ଘେରି ରହିଥିବା ମିସାଇଲ ଆକ୍ରମଣରେ ସହରରେ ଥିବା ପୋଲିସ ବିଲ୍ଡିଂ ଭୁଷୁଡି ପଡିଛି । ମିଲିଟାରୀ ଏକାଡେମୀ ଓ ହସପିଟାଲ ବିଲ୍ଡିଂ ଭୁଷୁଡି ପଡିଥିବା ବେଳେ 21 ଜଣଙ୍କର ମୃତ୍ୟୁ ହୋଇଛି ।

LEAVE A REPLY

Please enter your comment!
Please enter your name here