୩ ମହାନଗର ପାଇଁ ମେୟର ପ୍ରାର୍ଥୀ ଘୋଷଣା କଲା ବିଜେଡି । ଭୁବନେଶ୍ୱର ପାଇଁ ସୁଲୋଚନା ଦାସ ମେୟର ପ୍ରାର୍ଥୀ ହୋଇଥିବା ବେଳେ କଟକ ପାଇଁ ସାଂସଦ ସୁବାସ ସିଂ ହେଲେ ମେୟର ପ୍ରାର୍ଥୀ । ସଂଘ୍ରମିତ୍ରା ଦଳେଇଙ୍କୁ ବ୍ରହ୍ମପୁର ପାଇଁ ମେୟର ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ପ୍ରାର୍ଥୀ ଘୋଷଣା ପରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପ୍ରତି କୃତଜ୍ଞତା ଜଣାଇଛନ୍ତି । ସବୁ ଶ୍ରେୟ ଶ୍ରୀଜଗନ୍ନାଥଙ୍କର ବୋଲି ସେ କହିଛନ୍ତି । ଦଳ ତାଙ୍କ ପ୍ରତି ଆସ୍ଥା ପ୍ରକଟ କରିଥିବାରୁ ସେ କୃତଜ୍ଞ ଏବଂ ମେୟର ହେଲେ ଭୁବନେଶ୍ବର ସହରକୁ ଏକ ନମ୍ବରରେ ପରିଣତ କରିବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ରାଜ୍ୟ ଭିନ୍ନକ୍ଷମ କମିଶନର ଭାବେ କାର୍ଯ୍ୟ କରୁଥିବା ସୁଲୋଚନା ଦାସ ଜଣେ ସାମ୍ବାଦିକ ଭାବେ କ୍ୟାରିଅର ଆରମ୍ଭ କରିଥିଲେ । ପରେ ସେ କଂଗ୍ରେସରେ ଯୋଗ ଦେଇ ରାଜନୈତିକ ଜୀବନ ଆରମ୍ଭ କରିଥିଲେ । 2018ରେ ସେ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here