ପେଟ ଭିତରୁ ବାହାରିଲା ଷ୍ଟିଲ୍ ଗ୍ଲାସ୍ । ବ୍ରହ୍ମପୁର ଏମକେସିଜି ମେଡିକାଲରେ ବିରଳ ଅସ୍ତ୍ରୋପଚାର ହୋଇଛି । ସୁରଟରେ କିଛି ମଦ୍ୟପ ସାଙ୍ଗମାନେ ଜଣେ ବ୍ୟକ୍ତିଙ୍କ ମଳଦ୍ୱାର ଯୋଗେ ଷ୍ଟିଲ ଗ୍ଲାସକୁ ଶରୀର ଭିତରେ ଭର୍ତ୍ତି କରିଦେଇଥିଲେ । ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଗଞ୍ଜାମ ଜିଲ୍ଲା ବୁଗୁଡା ବାଲିପଦ ଅଞ୍ଚଳର । ସେ ସୁରଟକୁ ଯାଇ ସୂତାକଳରେ କାମ କରୁଥିଲେ । ଗତ ୧୦ ଦିନ ପୂର୍ବରୁ ଏଭଳି ଘଟଣା ହେବା ପରେ ପେଟ ଦରଜ ହୋଇଥିଲା । ଦୁଇ ଦିନ ପୂର୍ବରୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି ହୋଇଥିଲେ । ଗତ ୧୯ ତାରିଖରେ ସଲ୍ୟ ଚିକିତ୍ସା ବିଭାଗରେ ସମ୍ପୃକ୍ତ ବ୍ୟକ୍ତିଙ୍କ ପେଟ ଚିରି ଷ୍ଟିଲ ଗ୍ଲାସ ବାହାର କରାଯାଇଥିଲା । ସମ୍ପୃକ୍ତ ବ୍ୟକ୍ତିଙ୍କ ଚିକିତ୍ସା ଜାରି ରହିଥିବାବେଳେ ବ୍ୟକ୍ତି ଜଣଙ୍କ ସୁସ୍ଥ ଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here