ସମ୍ବାଦପତ୍ର ହକରଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ ଘୋଷଣା କରିଛନ୍ତି । ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନା ହକରଙ୍କ ପାଇଁ ଲାଗୁ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଦୁର୍ଘଟଣାଜନିତ ମୃତ୍ୟୁ ହେଲେ ହକରଙ୍କ ପରିବାରକୁ 2 ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ମିଳିବ । ସେହିପରି ଦୁର୍ଘଟଣା ୟୋଗୁ ସଂପୂର୍ଣ୍ଣ ଅକ୍ଷମ ହେଲେ ଦେଢଲକ୍ଷ ଟଙ୍କାର ସହାୟତା ଦେବେ ସରକାର । ଦୁର୍ଘଟଣାରେ ଉଭୟ ଅଙ୍ଗହାନୀ ହେଲେ 80 ହଜାର ଏବଂ ଗୋଟିଏ ଅଙ୍ଗହାନୀ ହେଲେ 40 ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ । ପ୍ରାକୃତିକ ମୃତ୍ୟୁ କ୍ଷେତ୍ରରେ ପରିବାରକୁ 1 ଲକ୍ଷ ଟଙ୍କାର ସହାୟତା ରାଶି ଦେବେ ରାଜ୍ୟ ସରକାର ।

ସାମାଜିକ ସୁରକ୍ଷା ଯୋଜନାରେ ହକରଙ୍କୁ ସାମିଲ କରିବା ସହ ସେମାନଙ୍କୁ ଚିହ୍ନଟ କରି ଡାଟାବେସ୍ ପ୍ରସ୍ତୁତ କରାଯିବ ଏବଂ ସେମାନଙ୍କୁ ପରିଚୟପତ୍ର ଯୋଗାଇ ଦିଆଯିବ । ସେହିପରି ହକରମାନେ କାର୍ଯ୍ୟ କରିବା ପାଇଁ ବିଭିନ୍ନ ସ୍ଥାନରେ ସେଡ୍ ବନାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । କୋଭିଡ ସ୍ଥିତି ଯୋଗୁ ସେମାନଙ୍କର ଆର୍ଥିକ ଅବସ୍ଥା ଖରାପ ଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ରାଜ୍ୟ ହକରମାନଙ୍କୁ ଆଶ୍ବସ୍ତ କରିଛି ।

LEAVE A REPLY

Please enter your comment!
Please enter your name here