ଟଏଲେଟରେ କ୍ୟାମେରା! ଶୁଣି ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ଏହା ସତ୍ୟ . ତେବେ ଏଭଳି ଘଟଣା ସାଉଥ କୋରିଆରେ ଘଟୁଥିବା ନଜର ଆସିଛି. ଯଦି ଆପଣ କେବେ ସାଉଥ କୋରିଆ ଯିବା ପାଇଁ ବାହାରନ୍ତି ତାହାଲେ ଟଏଲେଟ ଯିବା ସମୟରେ ନିହାତି ଭାବରେ ସତର୍କତା ଅବଲମ୍ବନ କରନ୍ତୁ. ନଚେତ ପର୍ଣ୍ଣ ସାଇଟରେ ଆପଣ ନିଜକୁ ଦେଖିବାକୁ ପାଇବେ. ଦକ୍ଷିଣ କୋରିଆରେ ପର୍ଣ୍ଣକୁ ନେଇ ପାଗଳପଣିଆ ଏତେ ମାତ୍ରାରେ ବଢିଯାଇଛି ଯେ,ସାର୍ବଜନୀନ ଟଏଲେଟ କିମ୍ବା ହୋଟେଲର ଶୈାଚାଳୟରେ ଲୁକ୍କାୟିତ ଭାବରେ କ୍ୟାମେରା ଲଗାଯାଇଥିବା ସାମ୍ନାକୁ ଆସିଛି. ସମସ୍ୟା ଏତେ ଗମ୍ଭୀର ହୋଇଗଲାଣି ଯେ ଏହାକୁ ରୋକିବା ପାଇଁ ଦକ୍ଷିଣ କୋରିଆ ସରକାର ଏକ ଏଜେନ୍ସି ପ୍ରସ୍ତୁତ କରିଛନ୍ତି. ଟଏଲେଟ ସଫା କରିବା ପାଇଁ ନୁହେଁ ବରଂ ଏହା ସତ କି ନୁହେଁ ଜାଣିବା ପାଇଁ ଏଭଳି କରାଯାଇଛି. ସୂଚନା ଅନୁସାରେ 50 ଜଣ ସରକାରୀ କର୍ମଚାରୀଙ୍କୁ ଏହି କାମ କରିବା ପାଇଁ ଦାୟିତ୍ୱ ଦିଆଯାଇଛି.

LEAVE A REPLY

Please enter your comment!
Please enter your name here