ୟୁକ୍ରେନର ଚାରୋଟି ସହର କିଭ୍, ଖାରକିଭ୍, ସୁମି ଓ ମାରୁପୋଲରେ ଋଷିଆ ସାମୟିକ ଯୁଦ୍ଧ ବିରତି ଘୋଷଣା କରିଛି । ଯୁଦ୍ଧରେ ଧ୍ବସ୍ତ ବିଧ୍ବସ୍ତ ହୋଇଯାଇଯିବା ଏହି ଚାରୋଟି ସହରରୁ ସାଧାରଣ ନାଗରିକ ଓ ବିଦେଶୀ ନାଗରିକଙ୍କୁ ଖାଲି କରିବା ପାଇଁ ଏହି ଯୁଦ୍ଧ ବିରତି ବୋଲି ଋଷ୍ ପକ୍ଷରୁ କୁହାଯାଇଛି । ଫ୍ରାନ୍ସ ରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ ଅନୁରୋଧ କ୍ରମେ ହ୍ୟୁମାନଟାରିଆନ କରିଡର କରାଯାଇଛି ବୋଲି ଋଷ୍ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ତେବେ ଋଷିଆର ବୋମା ଓ ମିଜାଇଲ ଆକ୍ରମଣରେ ଅନେକ ସ୍ଥାନରେ ସାଧାରଣ ଲୋକଙ୍କ ଜୀବନ ବିପନ୍ନ ହୋଇପଡିଛି । ଯୁଦ୍ଧରେ ଧ୍ବସ୍ତ ବିଧ୍ବସ୍ତ ହୋଇପଡିଥିବା ୟୁକ୍ରେନର ଅନେକ ସହରରେ ଲୋକମାନେ ବିନା ବିଦ୍ୟୁତ, ପାଣି ଓ ଅତ୍ୟାବଶ୍ୟକ ସାମଗ୍ରୀରେ ଜୀବନ କାଟୁଛନ୍ତି ।
ଋଷୀୟ ମିଜାଇଲ ଆକ୍ରମଣରେ କେନ୍ଦ୍ରୀୟ ୟୁକ୍ରେନରେ ଥିବା ଭିନିସିଆ ଏୟାରପୋର୍ଟ କ୍ଷତିଗ୍ରସ୍ତ ହୋଇଥିବା ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି ।
ତିନିଜଣ ନାଗରିକ ଇର୍ପିନକୁ ପଳାୟନ କରୁଥିବା ବେଳେ ମର୍ଟାର ଆକ୍ରମଣରେ ନିହତ ହୋଇଛନ୍ତି ।
ଋଷିଆ ଓ ୟୁକ୍ରେନ ମଧ୍ୟରେ ହୋଇଥିବା ଦୁଇଥର ଆଳୋଚନା ବିଫଳ ହୋଇଥିବା ବେଳେ ଆଜି ତୃତୀୟ ଆଲୋଚନା ହେବାର ଅଛି ।

LEAVE A REPLY

Please enter your comment!
Please enter your name here