କେରଳର ଜଣେ ଛାତ୍ରଙ୍କ ପାଖରେ କରୋନା ଭୁତାଣୁ ଚିହ୍ନଟ କରାଯାଇଛି. ଚୀନର ୟୁହାନ ବିଶ୍ବବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଏହି ଛାତ୍ର କରୋନା ଭୁତାଣୁରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି. ତେବେ ଆଇସିୟୁରେ ଚିକିତ୍ସିତ ହେଉଥିବା ଛାତ୍ରଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା କୁହାଯାଇଛି. କରୋନା ଭୁତାଣୁରେ ଆକ୍ରାନ୍ତ ହୋଇ ଚୀନରେ 170 ଜଣଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ହଜାର ହଜାର ଆକ୍ରାନ୍ତ ହୋଇଛନ୍ତି. ଚୀନ ସରକାର କରୋନାଭୁତାଣୁ ସଂକ୍ରମଣକୁ ରୋକିବା ପାଇଁ କେତେକ ସହରକୁ ମଧ୍ୟ ସିଲ୍ କରିଦେଇଛନ୍ତି. ଭାରତ ସମେତ ବିଭିନ୍ନ ଦେଶରେ କରୋନା ସଂକ୍ରମଣ ଏଡାଇବା ପାଇଁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି.

LEAVE A REPLY

Please enter your comment!
Please enter your name here