ସମାଜସେବୀ ଶ୍ରୁତି ମହାପାତ୍ରଙ୍କୁ ପ୍ରଦାନ କରାଗଲା ନାରୀଶକ୍ତି ପୁରସ୍କାର । ଦେଶର ବିଭିନ୍ନ ଭାଗରେ ମହିଳାଙ୍କ ପାଇଁ କାର୍ଯ୍ୟ କରୁଥିବା 23 ଜଣ ଶ୍ରେଷ୍ଠ ମହିଳାଙ୍କୁ ଆଜି ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଏହି ପୁରସ୍କାର ପ୍ରଦାନ କରାଯାଇଛି । ରାଷ୍ଟ୍ରପତି ଭବନରେ ଆୟୋଜିତ ବର୍ଣ୍ଣାଢ୍ୟ ସମାରୋହରେ ଓଡିଶାରୁ ଦିବ୍ୟାଙ୍ଗ ମହିଳା ଶ୍ରୁତି ମହାପାତ୍ରଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି । ଏକ ଦୁର୍ଘଟଣାରେ ନିଜର ଗୋଡ ହରାଇଥିବା ଶ୍ରୁତି ନିଜ ଜୀବନ ସଂଘର୍ଷରେ କେବଳ ନିଜକୁ ସଫଳତାର ସୋପାନରେ ପହଞ୍ଚାଇ ନାହାଁନ୍ତି, ବରଂ ଅନେକ ଦିବ୍ୟାଙ୍ଗ ମହିଳାଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟି ଯାଇଛନ୍ତି । ତେବେ ଜାତୀୟସ୍ତରରେ ମିଳିଥିବା ନାରୀଶକ୍ତି ପୁରସ୍କାର ପାଇଁ ଶ୍ରୁତି ଖୁସି ବ୍ୟକ୍ତ କରିବା ସହ ମହିଳାଙ୍କୁ ସଶକ୍ତ ହେବା ପାଇଁ ଉତ୍ସାହିତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here