ଭଜନ, କୀର୍ତ୍ତନରେ ପୁରା ମଜ୍ଜି ଯାଇଛନ୍ତି ଲୋକେ । ପ୍ରଭୁଙ୍କ ନାମ ସଂକୀର୍ତ୍ତନରେ ତଲ୍ଲୀନ ହୋଇ ଯାଇଛନ୍ତି । ମାତ୍ର ଦର୍ଶକବନ୍ଧୁ, ଆପଣ ଦେଖୁଥିବା ଏହି ଭଜନ କୀର୍ତ୍ତନ କେଉଁ ଅଷ୍ଟପ୍ରହରୀ କିମ୍ବା ପୂଜା ପାଇଁ ନୁହେଁ । ନିକଟରେ ସରିଥିବା ପଞ୍ଚାୟତ ନିର୍ବାଚନର ନବ ନିର୍ବାଚିତ ସରପ ଙ୍କୁ ସ୍ୱାଗତ କରିବା ପାଇଁ ଏଭଳି ପ୍ରୟାସ । ଡିଜେ କି ଡିସ୍କୋ ନୁହେଁ, ଭଜନ କୀର୍ତ୍ତନ ଭିତରେ ଗାଁ ଲୋକେ ସ୍ୱାଗତ କରିଛନ୍ତି ସରପଞ୍ଚଙ୍କୁ ।
ଖୁସିରେ ବଣ୍ଟା ଚାଲିଛି ମିଠା । ଦୀପ ଲଗାଇ ଫୁଲ ପକାଇ ସରପଞ୍ଚଙ୍କୁ ସ୍ୱାଗତ କରୁଛନ୍ତି ଗାଁ ଲୋକେ । ଆମ ସଂସ୍କୃତି ଓ ପରଂପରାର ଏ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଓଡପଡା ବ୍ଲକ ଗୁଣଦେଇ ପଞ୍ଚାୟତରେ । ସରପଞ୍ଚ ସୁବ୍ରତ କୁମାର ନାୟକ, ନାଏବ ସରପଞ୍ଚ ସସ୍ମିତା ବେହେରାଙ୍କ ସମେତ ନିର୍ବାଚିତ ପ୍ରତିନିଧିଙ୍କୁ ଶପଥ ପାଠ କରାଇଛନ୍ତି ପଞ୍ଚାୟତ ଅଧିକାରୀ ମନୋଜ ବେହେରା । ଶପଥ ପାଠ ପରେ ପଞ୍ଚାୟତର ଦାୟିତ୍ୱ ଗ୍ରହଣ କରିବା ସହ ପଞ୍ଚାୟତବାସୀଙ୍କ ଆର୍ଶୀବାଦ ଲୋଡିଛନ୍ତି ।

LEAVE A REPLY

Please enter your comment!
Please enter your name here