ବାଲିମେଳାରେ ସ୍ୱଚ୍ଛତାକୁ ନେଇ ଏବେ ଉଠିଛି ପ୍ରଶ୍ନ. ବାଲିମେଳା ଏନଏସିରେ କୌଣସି ପ୍ରକାର ସ୍ୱଚ୍ଛତା ନଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ. ସ୍ୱଚ୍ଛତା କରିବା ନାଁରେ ଲକ୍ଷାଧିକ ଟଙ୍କା ହରି ଲୁଟ ହୋଇଥିବା ସୂଚନା ମିଳିଛି. ସଫେଇ କାର୍ଯ୍ୟ ଠିକ୍ ଭାବରେ ହେଉନାହିଁ. ରାସ୍ତାରୁ ଅଳିଆ ଉଠୁନଥିବା ବେଳେ ଡ୍ରେନ ମଧ୍ୟ ସଫା ହେଉନଥିବା ଅଭିଯୋଗ ଆସିଛି. ସ୍ୱଚ୍ଛତାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି. ସଫେଇ କାର୍ଯ୍ୟ ପାଇଁ ଠିକା ନେଇଥିବା କମ୍ପାନୀ ଗତ କିଛିଦିନ ହେବ ଦେଖାନଥିବା ବେଳେ ପ୍ରଶାସନ ସବୁ ଜାଣି ମଧ୍ୟ କୌଣସି ପଦକ୍ଷେପ ନେଉନାହିଁ. ଅନ୍ୟପଟେ ବାଲିମେଳାରେ ପବ୍ଲିକ ଟଏଲେଟ ନଥିବାରୁ ଲୋକମାନେ ଯେଉଁଠି ପାଉଛନ୍ତି ମଳ ତ୍ୟାଗ କରୁଛନ୍ତି. ସମଗ୍ର ବାଲିମେଳା ଏନଏସିରେ 2ଟି ପବ୍ଲିକ ଟଏଲେଟ ଥିବା ବେଳେ ବାଲିମେଳା ଏନଏସିକୁ ଶୌଚମୁକ୍ତ ସହର ଘୋଷଣା କରିବା କେତେ ଦୂର ଯଥାର୍ଥ ବୋଲି ପ୍ରଶ୍ନ ଉଠିଛି.

LEAVE A REPLY

Please enter your comment!
Please enter your name here