ଗୋଟିଏ ପରେ ଗୋଟିଏ ଜୀବନ ନେଉଛି ମୋମୋ । ମୋମୋ ଗେମର ଭୟଙ୍କର ପରିଣାମକୁ ନେଇ ଆତଙ୍କ ଖେଳିଥିଲେ ବି ଖେଳକୁ ନେଇ ମନ ଭିତରେ ସୃଷ୍ଟି ହେଉଥିବା କୌତୁହଳ ଶିକାର କରୁଛି ଟିନ୍ ଏଜର ପିଲାମାନଙ୍କୁ । ମୋମୋର ଏହି କାଳଫାଶରେ ଓଡିଶାର ଦୁଇ ଜଣ ପିଲା ଶିକାର ହୋଇସାରିଲେଣି । ମୋମୋ ପ୍ରତି ସତର୍କ ରହିବା ପାଇଁ ବାରମ୍ବାର କୁହାଯାଉଥିଲେ ମଧ୍ୟ ରହସ୍ୟମୟ ଖେଳର ଆକର୍ଷଣ ମୃତ୍ୟୁ ମୁଖକୁ ଟାଣିନେଉଛି । ପ୍ରଥମେ ରାଉରକେଲା ଆଉ ଏବେ କଟକ । ମାହାଙ୍ଗା ଥାନା ଅନ୍ତର୍ଗତ ଭଦ୍ରେଶ୍ୱର ଫାଣ୍ଡି ଅଧିନ ଉମର ଗାଁର ଜଣେ ଯୁବକ ମୋମୋ ଗେମ୍ ଖେଳି ଆତ୍ମହତ୍ୟା କରିଥିବା ନେଇ ବୁଧବାର ଅଭିଯୋଗ ହୋଇଛି । ମୃତ ଜଣଙ୍କ ହେଉଛନ୍ତି ଅଲେଖ ବେହେରାଙ୍କ ବଡ ପୁଅ ଉମାକାନ୍ତ ବେହେରା । ସୁଚନାଅନୁସାରେ ଉମାକାନ୍ତ ଚେନ୍ନାଇରେ ଶ୍ରମିକ ଭାବେ କାମ କରୁଥିବାବେଳେ ଗତ କିଛି ମାସ ତଳେ ଘରକୁ ଫେରିଥିଲେ । ଘରେ ଥିବାବେଳେ ସେ ବହୁ ସମୟ ଧରି ମୋବାଇଲରେ ଗେମ୍ ଖେଳନ୍ତି । ଏପରିକି କିଛି ଦିନ ହେବ ସେ ନୀରବ ରହିବା ସହ ମୋବାଇଲେରେ ବୁଡି ରହୁଥିଲେ । ହେଲେ ମଙ୍ଗଳବାର ରାତିରେ ନିଜ ଘରୁ ଏକ ରଶି ନେଇ ଘର ନିକଟରେ ଥିବା ଏକ ଅର୍ଦ୍ଧନିର୍ମିତ କ୍ଲବ ଘରେ ଆତ୍ମହତ୍ୟା କରିଥିବା ଜଣାପଡିଛି । ପୋଲିସର ତଦନ୍ତ ପରେ ଉମାକାନ୍ତଙ୍କ ମୋବାଇଲରେ ମୋମୋ ଗେମ୍ ଡାଉନଲୋଡ ଥିବା ଦେଖିବାକୁ ପାଇଥିଲେ ।
ତେବେ ନିକଟରେ ରାଉରକେଲାର ରେଲୱେ କଲୋନିର ଇିଂଜିନିୟରିଂ ଛାତ୍ର ଚେତନ କୁମାର ଏହି ଗେମର ଶିକାର ହୋଇଥିଲେ । ଏହି ଖେଳରେ ସେ ଏଭଳି ଆକର୍ଷିତ ହେଲେ ଯେ, ଭୁବନେଶ୍ୱରରୁ ଚେନ୍ନାଇ ଯାଇ ସେଠାରୁ ୬ମହଲା ଉପରୁ ଡେଇଁ ପଡିଥିଲେ । ବ୍ଲୁ ହ୍ୱେଲ ପରେ ଏବେ ମୋମୋ ଚ୍ୟାଲେଞ୍ଜ ଦେଉଛି ମୃତ୍ୟୁର ଡାକ ।

LEAVE A REPLY

Please enter your comment!
Please enter your name here