ଆଜିଠୁ ବିଧାନସଭା ବଜେଟ ଅଧିବେଶନ । ପ୍ରଥମ ଦିନରେ ରାଜ୍ୟପାଳ ଅଭିଭାଷଣ ରଖିଛନ୍ତି । ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ୨୫, ୨୬ ଏବଂ ୨୮ ତାରିଖରେ ଚାଲିବ ବିସ୍ତ୍ରୃତ ଆଲୋଚନା । ୩୦ ତାରିଖରେ ବଜେଟ ଉପସ୍ଥାପନ ହେବ । ୩୧ ତାରିଖରେ ପାରିତ ହେବ ବ୍ୟୟ ମଞ୍ଜୁର ବିଲ୍ । କୋଭିଡ କଟକଣାରେ ପ୍ରତିଦିନ ୫ ଘଣ୍ଟା ବସିବ ଗୃହ । ଅଧିବେଶନରେ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତତ କରୁଛନ୍ତି ବିରୋଧୀ । ରାଜନୈତିକ ହିଂସା, ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି, ମାନସ ସ୍ୱାଇଁ ହତ୍ୟା କାଣ୍ଡ ପ୍ରସଙ୍ଗକୁ ବଡ ମୁଦ୍ଦା କରିବାକୁ ଯୋଜନା କରିଛନ୍ତି ବିରୋଧୀ । ମୁକାବିଲା ପାଇଁ ଶାସକ ଦଳ ମଧ୍ୟ ତୟାର

LEAVE A REPLY

Please enter your comment!
Please enter your name here