ଜାନୁଆରୀ ୨୬ ସୁଧା କାଳିଆ ହିତାଧିକାରୀଙ୍କୁ ମିଳିବ ଟଙ୍କା । ସେମାନଙ୍କ ବ୍ୟାଙ୍କ ଆକାଉଂଟରେ ସିଧାସଳଖ ଭାବେ ଅର୍ଥରାଶି ଜମା ହୋଇଯିବ । ଆଜି ଏନେଇ ସୂଚନା ଦେଇଛନ୍ତି ସମବାୟ ଏବଂ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ।

ସେ କହିଛନ୍ତି କି, ଆସନ୍ତା ୨୬ ତାରିଖ ସୁଧା କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ ହିତାଧିକାରୀଙ୍କୁ ଟଙ୍କା ମିଳିବ । ଏହି ଟଙ୍କା ସେମାନଙ୍କ ବ୍ୟାଙ୍କ ଆକାଉଂଟରେ ସିଧାସଳଖ ଭାବେ ଜମା କରାଯିବ । ନିୟମିତ ଭାବେ ବ୍ୟାଙ୍କ ନେଣଦେଣ କରୁଥିବା ମୋଟ ୧୨ ଲକ୍ଷ ୪୦ ହଜାର ଚାଷୀଙ୍କୁ ଏହି ଟଙ୍କା ମିଳିବ । ବର୍ତମାନ ଯେଉଁ ଚାଷୀମାନେ ଆବେଦନ କରୁଛନ୍ତି ସେମାନଙ୍କୁ ଯାଂଚ କରାଯାଇ ଅର୍ଥ ମିଳିବ । କ୍ଷମତା ପ୍ରାପ୍ତ ଅଧିକାରୀଙ୍କ ଜରିଆରେ ନୂତନ ଆବେଦନକାରୀଙ୍କ ବୈଧତା ଯାଂଚ କରାଯିବ । ଅଧିକାରୀମାନେ ତାଲିକା ଦେବା ପରେ ୨୬ ତାରିଖ ସୁଦ୍ଧା ଟଙ୍କା ମିଳିବା ନେଇ ଶ୍ରୀ ପାତ୍ର କହିଛନ୍ତି ।

LEAVE A REPLY

Please enter your comment!
Please enter your name here