ଏମିତି କିଛି ଅଭିନେତା ଅଛନ୍ତି ଯିଏ ଅଭିନୟ କ୍ଷେତ୍ରକୁ ଆସିବା ପୂର୍ବରୁ ଶିକ୍ଷକତା କରୁଥିଲେ. ଖିଲାଡି ଅକ୍ଷୟ କୁମାର ଅଭିନୟ କରିବା ପୂର୍ବରୁ ମୁମ୍ବାଇର ଏକ କଲେଜରେ କଳା ବିଭାଗର ଶିକ୍ଷକ ଥିଲେ. ତେବେ ଅକ୍ଷୟଙ୍କୁ ବାଦ୍ ଦେଲେ ଏମିତି ବହୁ ଅଭିନେତା ଅଛନ୍ତି ଯେଉଁମାନେ ଫିଲ୍ମକୁ ଆସିବା ପୂର୍ବରୁ ସ୍କୁଲରେ ପିଲାଙ୍କୁ ପାଠ ପଢାଉଥିଲେ. ଅକ୍ଷୟ କୁମାରଙ୍କୁ ତାଙ୍କର ଜଣେ ଛାତ୍ର ମଡେଲିଂ ଦୁନିଆରେ ପାଦ ଦେବାକୁ କହିଥିଲେ. ଜଣେ କମେଡିଆନ, ଅଭିନେତା, ନିର୍ଦ୍ଦେଶକ,ଡାଇଲଗ୍ ରାଇଟର ଭାବେ ନିଜର ଯାଦୁ ଦେଖାଇଥିବା କାଦର ଖାନ ମଧ୍ୟ ମୁମ୍ବାଇର ଏକ କଲେଜରେ ସିଭିଲ ଇଞ୍ଜିନିୟର ପ୍ରଫେସରଭାବେ କାର୍ଯ୍ୟ କରୁଥିଲେ. ସମସ୍ତଙ୍କୁ  ଅଭିନୟ ବଳରେ ନିଜ  ଆଡକୁ ଟାଣୁଥିବା ଅଭିନେତା ଅନୁପମ ଖେର୍ ସାରା ଦେଶରେ ନିଜର ଆକ୍ଟିଂ ସ୍କୁଲ ଖୋଲିଛନ୍ତି. ବେଳେବେଳେ ସେ ତାଙ୍କ ଇନଷ୍ଟିଚ୍ୟୁଟର ଛାତ୍ରଙ୍କର ମଧ୍ୟ ସ୍ପେଶାଲ କ୍ଲାସ ନିଅନ୍ତି. ଦିଲ୍ଲୀ ସ୍କୁଲ ଅଫ ସୋସିଆଲ ୱାର୍କରୁ ମାଷ୍ଟର୍ସ ପୂରା କରିବା ପରେ ନନ୍ଦିତା ଦାସ ଥିଏଟର ସହ ରିଶି ଭ୍ୟାଲି ସ୍କୁଲରେ ଶିକ୍ଷକତା କରୁଥିଲେ.

LEAVE A REPLY

Please enter your comment!
Please enter your name here