ପାରାଦୀପରେ ପୌର ଉପାଧ୍ୟକ୍ଷା ହେଲେ ସ୍ବାଧୀନ କାଉନସିଲର ଛବିଲତା ରାଉତ । ମୋଟ 19ଟି ଓ୍ବାର୍ଡ ଭିତରୁ ବିଜେଡି 7, ବିଜେପି 3, କଂଗ୍ରେସ 1, ସ୍ବାଧୀନ 8ଟି ଓ୍ବାର୍ଡରେ ଜିତିଥିଲେ । ମାତ୍ର ବିଜେଡିର ପ୍ରଭାତି ନାୟକଙ୍କୁ ହରାଇ ବାଜି ମାରିନେଲେ ବାପି ସର୍ଖେଲଙ୍କ ଗୋଷ୍ଠୀର ପ୍ରାର୍ଥୀ ଛବିଲତା । ଛବିଲତାଙ୍କୁ 10ଟି ଭୋଟ ମିଳିଥିବା ବେଳେ ବିଜେଡି ପ୍ରାର୍ଥୀ ପ୍ରଭାତିଙ୍କୁ ମିଳିଥିଲା 6 ଖଣ୍ଡ ଭୋଟ । ଯଦିଓ ବିଜେଡିର 7 ଜଣ କାଉନସିଲର ଥିଲେ, କିନ୍ତୁ ଜଣେ କାଉନସିଲର ବିଜେଡି ପ୍ରାର୍ଥୀଙ୍କୁ ଭୋଟ ଦେଇ ନ ଥିବା ସ୍ପଷ୍ଟ ହୋଇଛି । ଦଳୀୟ ଏଜେଣ୍ଟଙ୍କୁ ଦେଖାଇ ଭୋଟ ଦେବା ପାଇଁ ନିୟମ ଥିଲେ ହେଁ ବିଜେଡି କାହା ସ୍ବାର୍ଥରେ ପାରାଦୀପ ଉପାଧ୍ୟକ୍ଷ ନିର୍ବାଚନରେ ଏଜେଣ୍ଟ ଦେଲା ନାହିଁ, ତାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ବିଜେଡି ଯେହେତୁ ଏଜେଣ୍ଟ ଦେଇ ନ ଥିଲା, ତେଣୁ କେଉଁ ବିଜେଡି କାଉନସିଲର ଦଳୀୟ ପ୍ରାର୍ଥୀଙ୍କୁ ଭୋଟ୍ ଦେଲେ ନାହିଁ, ତାହା ଜଣାପଡିବା ସମ୍ଭବ ନୁହେଁ । କିନ୍ତୁ ବାପି ସର୍ଖେଲଙ୍କ ସହ ବିଜେଡି ନେତାଙ୍କ ଭିତିରି ବୁଝାମଣା ଥିବା ଜଳ ଜଳ ଦିଶୁଛି । ସେଥିପାଇଁ ଜାଣିଶୁଣି ବିଜେଡି ଏଜେଣ୍ଟ ନ ଦେଇ ସ୍ବାଧୀନ ପ୍ରାର୍ଥୀଙ୍କୁ ଉପାଧ୍ୟକ୍ଷ ଆଶନ ଟେକି ଦେଇଛି ।

LEAVE A REPLY

Please enter your comment!
Please enter your name here