ପୁଣି ଉପରମୁହାଁ ହେବାରେ ଲାଗିଛି କରୋନା ସଙ୍କ୍ରମଣ । ଭାରତରେ ବଢୁଥିବା କରୋନାର ନୂଆ ଏକ୍ସଇ ଭାରିଆଣ୍ଟ କୁ ନେଇ ଏବେ ସମସ୍ତେ ଚିନ୍ତାରେ । ଭାରତରେ ଗତ ୨୪ ଘଣ୍ଟାରେ ୨ ହଜାରରୁ ଅଧିକ କରୋନା ସଙ୍କ୍ରମିତ ଚିହ୍ନଟ ହୋଇଛନ୍ତି । ଅଧିକାଂଶ ଶିଶୁ ନୂଆ ଭାରିଆଣ୍ଟ ଏକ୍ସଇରେ ସଙ୍କ୍ରମିତ ହେଉଛନ୍ତି ।
ତେବେ ଶିଶୁ ନୂଆ ଭାରିଆଣ୍ଟର କବଳକୁ ଆସିଛନ୍ତି କି ନାହିଁ କେମିତି ଜାଣିବେ
କରୋନାଠୁ ଅଧିକ ସଙ୍କ୍ରାମକ ଏହି ନୂଆ ଭାରିଆଣ୍ଟ । କିନ୍ତୁ ଠିକ୍ ସମୟରେ ଡାକ୍ତରୀ ଚିକିତ୍ସା କରାଇଲେ ସୁସ୍ଥ ହେଉଛନ୍ତି ଶିଶୁ । ଜ୍ୱର ହେବା, ନାକରୁ ପାଣି ବାହାରିବା, ଗଳା ଦରଜ ହେବା, ଶରୀରରେ ଯନ୍ତ୍ରଣା ଅନୁଭବ କରିବା , ଶୁଖିଲା କାଶ, ବାନ୍ତି କରିବା ଏବଂ ପତଳା ଝାଡା ହେବା ଲକ୍ଷଣ ଯଦି ଆପଣ ଶିଶୁଙ୍କ ଠାରୁ ପାଉଛନ୍ତି ତେବେ ତୁରନ୍ତ ହସ୍ପିଟାଲରେ ଚିକିତ୍ସା ଆରମ୍ଭ କରିଦିଅନ୍ତୁ ।
ଏହି ନୂଆ ଭାରିଆଣ୍ଟରୁ ନିଜର ଶିଶୁକୁ ଦୁରେଇ ରଖିବାକୁ ହେଲେ ପ୍ରଥମେ ଆପଣଙ୍କ ଶିଶୁକୁ ପରିଷ୍କାର ପରିବେଶରେ ରଖନ୍ତୁ । ନିୟମିତ ହାତ ସାନିଟାଇଜରରେ ସଫା କରିବା ସହ ବାହାରକୁ ଅଧିକ ସମୟ ବୁଲାବୁଲି କରିବା ପାଇଁ ଛାଡନ୍ତୁ ନାହିଁ । କରୋନାରେ ସଙ୍କ୍ରମିତ ଥିବା ବ୍ୟକ୍ତିଙ୍କ ନିକଟକୁ ଛାଡନ୍ତୁ ନାହିଁ । ଶରୀରରେ ଇମ୍ୟୁନିଟି ପାୱାର ବଢେଇବାକୁ ହେଲେ ଠିକ୍ ସମୟରେ ଖାଦ୍ୟ , ପାନୀୟ ଦେବା ଜରୁରୀ । ଭ୍ୟାକ୍ସିନ ପାଇଁ ବୟସ ହୋଇଯାଇଥିଲେ ତୁରନ୍ତ ଭ୍ୟାକ୍ସିନ ଦେବାକୁ ପରାମର୍ଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here