ଆଇପିଏଲ ମହାନିଲାମୀ ପାଇଁ ଆରମ୍ଭ ହୋଇଛି କାଉଣ୍ଟଡାଉନ । ଫେବୃଆରୀ 12 ଓ 13 ରେ ଖେଳାଳିଙ୍କ ନିଲାମୀ କରାଯିବ । ନିଲାମୀ ପ୍ରକ୍ରିୟାରେ ଭାଗନେବେ ଦେଶ ବିଦେଶର 590 ଖେଳାଳି । ନିଲାମି ପ୍ରକ୍ରିୟାରେ ଭାଗ ନେଉଥିବା ଖେଳାଳିଙ୍କ ତାଲିକା ପ୍ରକାଶିତ ହୋଇଥିବା ବେଳେ ଭାରତୀୟ ଖେଳାଳିଙ୍କ ବେସ୍ ପ୍ରାଇସ୍ ପ୍ରକାଶିତ ହୋଇଛି । ବେସ୍ ପ୍ରାଇସରେ ସବୁଠୁ ଦାମୀ ଖେଳାଳିଙ୍କ ତାଲିକାରେ ରହିଛନ୍ତି ରବିଚନ୍ଦ୍ରନ ଅଶ୍ବିନୀ, ଶିଖର ଧାଓ୍ବନ, ଶ୍ରେଯସ ଆୟର, ମହମ୍ମଦ ସମ୍ମି, ଅପ୍ରେସ ଯାଦବ, ଇସନ କିଷାନ, ୟୁଜବେନ୍ଦ୍ର ଚହଲ୍ । ଏମାନଙ୍କ ବେସ୍ ପ୍ରାଇସ୍ ରହିଛି 2 କୋଟି ଟଙ୍କା । ସେହିପରି ଦେଢ କୋଟି ତାଲିକାରେ ରହିଛନ୍ତି ଇଶାନ୍ତ ଶର୍ମା, ଓ୍ବାସିଂଟନ୍ ସୁନ୍ଦର । 1 କୋଟି ବେସ୍ ପ୍ରାଇସ୍ ତାଲିକାରେ ଅଛନ୍ତି ଆଜିକ୍ୟ ରାହାଣେ, କୁଲଦୀପ ଯାଦବ ।
ଚେତେଶ୍ବର ପୂଜାରା ଓ ହନୁମା ବିହାରୀଙ୍କ ବେସ୍ ପ୍ରାଇସ୍ ରହିଛି 50 ଲକ୍ଷ ଟଙ୍କା ।

LEAVE A REPLY

Please enter your comment!
Please enter your name here