ପ୍ରେମ କଲେ ପରେ ଯୁବତୀଙ୍କୁ ବିବାହ ପାଇଁ ମନା କରିଦେଲେ । ଏମିତି ଅଭିଯୋଗରେ ଥାନାରେ ଅଟକ ରହିଛନ୍ତି ଅଭିନେତା ସୁମନ । ପାହାଳ ଥାନାରେ ତାଙ୍କୁ ଅଟକ ରଖାଯାଇଛି । ଅନେକ ଓଡିଆ ସିରିଏଲରେ ଅଭିନୟର ଯାଦୁ ଦେଖାଇଥିବା ସୁମନଙ୍କ ବିରୋଧରେ ଜଣେ ଯୁବତୀ ଅଭିଯୋଗ ଆଣିଛନ୍ତି । ସୂଚନା ଅନୁସାରେ, ସୁମନ ସମ୍ପୃକ୍ତ ଯୁବତୀଙ୍କ ସହ ୨ ବର୍ଷରୁ ଅଧିକ ଦିନ ହେବ ପ୍ରେମ କରୁଥିଲେ। ହେଲେ ଏବେ ବିବାହ କରିବାକୁ ମନା କରିବାରୁ ଯୁବତୀ ଜଣକ ଥାନାରେ ଅଭିଯୋଗ ଆଣିଛନ୍ତି।

LEAVE A REPLY

Please enter your comment!
Please enter your name here