ଘରେ ଘରେ ବେଶ୍ ପରିଚିତ ଜିତୁ ଦାସ । ସକାଳ ହେଲେ ଟିଭି ଖୋଲି ତାଙ୍କ ପ୍ରବଚନ ଶୁଣିବାକୁ ବେଶ୍ ଉକôଣ୍ଠାର ସହ ଅପେକ୍ଷା କରିଥାନ୍ତି ଲୋକେ । ମୋବାଇଲକୁ ମୋବାଇଲ ଘୁରି ବୁଲେ ଜିତୁ ଦାସଙ୍କ ଆଜିର ଅନୁଚିନ୍ତା । କିନ୍ତୁ ହଠାତ୍ ବ୍ରାହ୍ମଣଙ୍କ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ପ୍ରବଚକ ଜିତୁ ଦାସ । ତାଙ୍କର ଏହି ପ୍ରବଚନକୁ ନେଇ ବିବାଦ ସୃଷ୍ଟି ହେବାପରେ ସେ ବ୍ରାହ୍ମଣ ସମାଜ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି । ସେପଟେ ଏନେଇ ପୁରୀ ସିଂହଦ୍ୱାର ଥାନାରେ ଜିତୁ ଦାସଙ୍କ ବିରୋଧରେ ଅଭିଯୋଗ ଦାୟର ହୋଇଛି । ଶ୍ରୀମନ୍ଦିର ମୁକ୍ତି ମଣ୍ଡପ ସଭାର ସଦସ୍ୟ ସୂର୍ଯ୍ୟ ରାଉତରାୟ ଏନେଇ ଅଭିଯୋଗ କରିଛନ୍ତି । ପ୍ରାର୍ଥନା ଚ୍ୟାନେଲରେ ପ୍ରସାରିତ ସାଧୁବାଣୀ କାର୍ଯ୍ୟକ୍ରମରେ ଜିତୁ ଦାସ ବ୍ରାହ୍ମଣମାନଙ୍କୁ ଭିକାରୀ ବୋଲି କହିଥିଲେ । ପୌରାଣିକ ତଥ୍ୟକୁ ଆଧାର କରି ସେ ଏଭଳି ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଏହାକୁ ନେଇ ବିବାଦ ବଢିବା ପରେ ଜିତୁ ଦାସ କ୍ଷମା ପ୍ରାର୍ଥନା କରିଛନ୍ତି

LEAVE A REPLY

Please enter your comment!
Please enter your name here