ଆସନ୍ତା 3 ତାରିଖ ରେ ପଡୁଚି ପବିତ୍ର ଅକ୍ଷୟ ତୃତୀୟା । ଏହି ପବିତ୍ର ଦିବସ ରେ ଚଳିତ ବର୍ଷ ର ରଥଯାତ୍ରା ନିମନ୍ତେ ତିନି ରଥର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ସେହିପରି ନରେନ୍ଦ୍ର ପୁଷ୍କରିଣୀ ରେ ମହାପ୍ରଭୁଙ୍କ ବାହାର ଚନ୍ଦନଯାତ୍ରା ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଚନ୍ଦନଯାତ୍ରା ନୀତିକାନ୍ତି କିଭଳି ଶୃଙ୍ଖଳିତ ଭାବେ ହୋଇ ପାରିବ , ଭକ୍ତ ମାନଙ୍କ ପାଇଁ କଣ ବିଶେଷ ବ୍ୟବସ୍ଥା ହେବ ସେ ନେଇ ଏକ ସମୀକ୍ଷା ବୈଠକ ଶ୍ରୀମନ୍ଦିର ଉପ-ମୁଖ୍ୟପ୍ରଶାସକ ତଥା ପୁରୀ ଜିଲାପାଳ ସମର୍ଥ ବର୍ମା ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ରେ ଅନୁଷ୍ଠିତ ହୋଇଯାଇଛି। ପୁରୀ ଏସପି , ବରିଷ୍ଠ ପ୍ରଶାସନିକ ଅଧିକାରୀ , ସେବାୟତ ଙ୍କୁ ନେଇ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ନିଷ୍ପତ୍ତି ଅନୁଯାୟୀ ଚଳିତ ବର୍ଷ ଚନ୍ଦନ ଯାତ୍ରା ରେ ଭକ୍ତ ସାମିଲ ହେବେ। ଏଣୁ ଭକ୍ତ ଙ୍କ ସୁବିଧା ପାଇଁ ପାନୀୟ ଜଳ ବ୍ୟବସ୍ଥା , ଲୋକ ଙ୍କ ଉପରକୁ ଜଳ ସିଞ୍ଚନ , ଓଆରଏସ ପାଣି ସମେତ ଗ୍ରୀଷ୍ମ ପ୍ରବାହ ରୁ ରକ୍ଷା ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା ସମେତ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ବାହିନୀ ମୁତୟତ କରାଯିବ । ସେହିପରି ରଥ ଖଳା ରେ ତିନି ରଥର ନିର୍ମାଣ ନେଇ ଆନୁଷଙ୍ଗିକ ବ୍ୟବସ୍ଥା ହୋଇଛି ।ତେବେ ଚଳିତ ବର୍ଷ ରଥଯାତ୍ରା ନେଇ ଆସନ୍ତା 5 ତାରିଖରେ ପ୍ରଶାସନ ପକ୍ଷରୁ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହେବାର ଥିବା ପୁରୀ ଜିଲାପାଳ ସମର୍ଥ ବର୍ମା କହିଛନ୍ତି

LEAVE A REPLY

Please enter your comment!
Please enter your name here