ପେଟ୍ରୋଲ ଓ ଡିଜେଲ ଉପରୁ କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ ହ୍ରାସ କରିବା ପରେ ରାଜ୍ୟ ସରକାର ତୈଳ ଉପରୁ ଭାଟ୍ କମାଇବେ କି ନାହିଁ ବିଚାର କରି ଦେଖୁଛନ୍ତି ବୋଲି କହିଛନ୍ତି । ଗତକାଲି କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ ହ୍ରାସ କରିବା ପରେ ପେଟ୍ରୋଲ ଉପରୁ 9 ଟଙ୍କା 50 ପଇସା ଏବଂ ଡିଜେଲ ଉପରୁ 7 ଟଙ୍କା ଦର ହ୍ରାସ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟ ସରକାରମାନଙ୍କୁ ତୈଳ ଦର ଉପରୁ ଭାଟ୍ ହ୍ରାସ କରି ଦର କମାଇବାକୁ ନିବେଦନ କରିଛନ୍ତି । ରାଜ୍ୟ ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ନେଉଥିବା ଭାଟ୍ କେତେ ହ୍ରାସ କରିବେ, ତାହା ପ୍ରତ୍ୟେକ ସରକାରଙ୍କ ଇଚ୍ଛାଧୀନ ଥିବାରୁ ସାଧାରଣ ଲୋକେ ପେଟ୍ରୋଲ ଓ ଡିଜେଲ ମାଧ୍ୟମରେ ଅତ୍ୟଧିକ ଟିକସ ଦେଇ ଆସୁଛନ୍ତି । ଉଭୟ କେନ୍ଦ୍ର ଓ ରାଜ୍ୟ ରାଜସ୍ବ ଆଦାୟ ପାଇଁ ପେଟ୍ରୋଲ ଓ ଡିଜେଲକୁ ମାଧ୍ୟମ କରି ସାଧାରଣ ଲୋକଙ୍କୁ ଶୋଷଣ କରିବାରେ ଲାଗିଛନ୍ତି । ଯାହା ଫଳରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି କହି ଲୋକଙ୍କୁ ବୋକା ବନେଇବାକୁ ଚେଷ୍ଟା କରି ଆସୁଛନ୍ତି । ସରକାରଙ୍କ ଟିକସ ପାଇଁ ଲୋକେ ଦୁଇଗୁଣରୁ ଅଧିକ ଟଙ୍କାରେ ତୈଳ କିଣିବାକୁ ବାଧ୍ୟ ଦେଉଛନ୍ତି ।