ଏଣିକି ପୁରୁଣା ଗାଡିରେ ବି ହାଇସିକ୍ୟୁରିଟି ରଜିଷ୍ଟ୍ରେସନ ନମ୍ବର ପ୍ଲେଟ ବାଧ୍ୟତାମୂଳକ । ୨୦୧୯ ମସିହାରୁ ପଞ୍ଜିକୃତ ସମସ୍ତ ଗାଡିରେ ଏହି ନମ୍ବର ପ୍ଲେଟ ବ୍ୟବହାର ହେଉଥିବାବେଳେ ୨୦୧୯ ପୂର୍ବରୁ ପଞ୍ଜିକୃତ ହୋଇଥିବା ପୁୁରୁଣା ଗାଡି ଗୁଡିକରେ ପୁରୁଣା ନମ୍ବର ପ୍ଲେଟ ରହିଛି । କିନ୍ତୁ ଏବେ ଆଉ ପୁରୁଣା ନମ୍ବର ପ୍ଲେଟ ଚଳିବ ନାହିଁ । ନୂଆ ନମ୍ବର ପ୍ଲେଟ ନମ୍ବରକୁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ବାଧ୍ୟତାମୂଳକ କରିଛନ୍ତି । ଆସନ୍ତା ଡିସେମ୍ବର ଶେଷ ସୁଦ୍ଧା ରାଜ୍ୟର ସମସ୍ତ ଗାଡିରେ ଏହି ନୂଆ ନମ୍ବର ପ୍ଲେଟ ଲଗାଇବାକୁ କଡା ନିର୍ଦ୍ଦେଶ ରହିଛି । ଆଇନ ଉଲ୍ଲଘଂନ କଲେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗିବ । ଏହି ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଯୋଗାଇବା ପାଇଁ ଓଡିଶା ଲାଗି ୪ଟି ସିୁକ୍ୟରିଟିପ୍ରାପ୍ତ ସଂସ୍ଥା ରହିଛି । ନମ୍ବର ଆବେଦନ ପାଇଁ ସ୍ୱତନ୍ତ୍ର ପୋର୍ଟାଲ ଆପ୍ ରହିଛି ।

ହାଇସିକ୍ୟୁରିଟୀ ନମ୍ବର ପ୍ଲେଟ ଥରେ ଲଗାଇଲେ ଆଉ ଗାଡି ମାଲିକ ଖୋଲିପାରିବେନି । ନମ୍ବର ପ୍ଲେଟରେ ଲାଗିଥିବା ଚିପ୍ ଦ୍ବାରା ଗାଡିକୁ ସ୍କାନ କରାଯାଇପାରିବ ଏବଂ ଅପରାଧ ସହ ସଂପୃକ୍ତ ଗାଡିକୁ ସହଜରେ ଠାବ କରାଯାଇପାରିବ । ଅନ ଲାଇନ ଜରିଆରେ ଆବେଦନ କରି ଏହି ନମ୍ବର ପ୍ଲେଟ ଲଗାଇବାକୁ ବିଭାଗ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here