ବାରବାଟୀ ଟି-ଟ୍ୱେଣ୍ଟି ପାଇଁ କାଲି କାଉଣ୍ଟରରେ ଟିକେଟ ବିକ୍ରି ହେବ । ସକାଳ ୯ଟାରୁ ୯ଟି କାଉଣ୍ଟରରେ ୧୨ ହଜାର ଟିକେଟ ବିକ୍ରି କରାଯିବ । ପ୍ରତି ଦର୍ଶକ ଦୁଇଟି ଲେଖାଏଁ ଟିକେଟ ନେଇପାରିବେ । ପ୍ରଥମଥର ମହିଳାଙ୍କ ପାଇଁ ଦୁଇଟି କାଉଣ୍ଟର କରାଯିବ । ଗ୍ୟାଲେରି ଟିକେଟ ପାଇଁ ସ୍ୱତନ୍ତ୍ର କାଉଣ୍ଟର କରାଯାଇଛି । ଜୁନ୍ ୧୨ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳାଯିବ । ୧୦ ତାରିଖରେ ଭୁବନେଶ୍ୱରରେ ପହଁଞ୍ଚିବେ ଉଭୟ ଦଳର ଖେଳାଳୀ । ମ୍ୟାଚ ପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି କଟକ ଡିସିପି କହିଛନ୍ତି ।

LEAVE A REPLY

Please enter your comment!
Please enter your name here