ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ରୋଷେୟାଙ୍କୁ ଜେରା । କ୍ରାଇମବ୍ରାଞ୍ଜ ଡିଏସପି ଜ୍ଞାନରଞ୍ଜନ ମିଶ୍ର ଆଜି ତାଙ୍କୁ ଜେରା କରୁଛନ୍ତି । ତାଙ୍କ ସହିତ ଦୁଇଜଣ ଏସିଏଫ , ଦୁଇ ଫରେଷ୍ଟ ଗାର୍ଡଙ୍କୁ ମଧ୍ୟ ଜେରା କରାଯାଉଛି । ପାରଳାଖେମୁଣ୍ଡି ଥାନାରେ ମୋଟ୍ ୫ ଜଣଙ୍କୁ କ୍ରାଇମବ୍ରାଞ୍ଜ ପଚରାଉଚରା କରୁଛି । ସୌମ୍ୟଙ୍କର ପତ୍ନୀ ବିଦ୍ୟା ଭାରତୀ , ଡିଏଫଓ ସଂଗ୍ରାମ କେଶରୀ ବେହରା ଏବଂ ସମ୍ପୃକ୍ତ ରୋଷେୟାଙ୍କ ବିରୋଧରେ ହତ୍ୟା ସହିତ ଅପରାଧିକ ଷଡଯନ୍ତ୍ର ଭଳି ସଙ୍ଗୀନ ଦଫା ଲାଗିଛି । ଏମାନଙ୍କ ବିରୋଧରେ ସୌମ୍ୟଙ୍କ ପରିବାର ଲୋକ ବି ସିଧା ଅଭିଯୋଗ କରିଛନ୍ତି । ସମ୍ପୃକ୍ତ ରୋଷେୟା ଏହି ମାମଲାର ପ୍ରକୃତ ପ୍ରତ୍ୟେକଦର୍ଶୀ ବୋଲି କୁହାଯାଉଛି । ତେବେ ଘଟଣା ଦିନ ରାତିରେ କେମିତି ସୌମ୍ୟଙ୍କ ଦେହରେ ନିଆଁ ଲାଗିଥିଲା ଏବଂ ସେ କଣ ଦେଖିଥିଲେ । ଏ ସମ୍ପର୍କରେ କ୍ରାଇମବ୍ରାଞ୍ଜ ତରଫରୁ ଜେରା କରାଯାଉଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here