ପୁଅ ଭଲ ହେଲେ ପୁରୀ ଯ଼ାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିିବୁ I ଛତିଶଗଡ ବୋରଓ୍ବେଲରୁ ଉଦ୍ଧାର ପରେ ହସପିଟାଲରେ ଚିକିତ୍ସାଧୀନ ଥିବା ରାହୁଲଙ୍କ ବାପା ଏହା କହିଛନ୍ତି I ରାହୁଲଙ୍କୁ ପୁଣି ଜଗନ୍ନାଥ ବଞ୍ଚେଇଦେଲେ ବୋଲି ସେ କହିଛନ୍ତି I ପୂର୍ବରୁ ପୁରୀ ଯାଇଥିବା ବେଳେ ରାହୁଲ ସମୁଦ୍ରକୂଳରେ ହଜି ଯ଼ାଇଥିଲା I ପରେ ଦୁଇଜଣ ଆଣି ରାହୁଲକୁ ପରିବାର ଜିମା ଦେଇଥିଲେ I ଏଥର ପାଞ୍ଚଦିନ ବୋରଓ୍ବେଲ ଭିତରେ ରହିବା ପରେ ସ୍ନାନଯ଼ାତ୍ରା ଦିନ ରାହୁଲକୁ ଉଦ୍ଧାର କରାଯିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କରୁଣା ବୋଲି କହିଛନ୍ତି ରାହୁଲଙ୍କ ବାପା I ରାହୁଲ ସୁସ୍ଥ ହୋଇଯିବା ପରେ ସେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବାକୁ ଆସିବେ ବୋଲି କହିଛନ୍ତି I

LEAVE A REPLY

Please enter your comment!
Please enter your name here