ପ୍ରଦୂଷଣମୁକ୍ତ ଗାଡିକୁ ଆଗକୁ ବଢାଇବା ପାଇଁ ସରକାର ଏକ ଗୁରୁତତ୍ୱପୂର୍ଣ୍ଣ ନିଷ୍ପତି ନେବାକୁ ଯାଉଛନ୍ତି. ଇଲେକ୍ଟ୍ରିକ ଗାଡି ପାଇଁ ପ୍ରତି 3 କି.ମିରେ ଚାର୍ଜିଙ୍ଗ ଷ୍ଟେସନର ସୁବିଧା ଉପଲବ୍ଧ କରିବା ପାଇଁ ଯୋଜନା କରିଛନ୍ତି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦିନ ଦୁଇ ଦିବସୀୟ ଗ୍ଲୋବାଲ ମୋବିଲିଟି ସମିଟି ମୁଭର ଉଦଘାଟନ କରିବେ ଯେଉଁଥିରେ ଗ୍ରୀନ ଫୁଏଲ ଗାଡି ଉପରେ ଆଲୋଚନା କରାଯିବ. ମୁଭ ସମିଟିର ପୂର୍ବ କାର୍ଯ୍ୟକ୍ରମରେ ନୀତି ଆୟୋଗର ସିଇଓ ଅମିତାଭ କାନ୍ତ କହିଥିଲେ, ଭାରତରେ ଲୋକମାନଙ୍କ ଯାତ୍ରାରେ ପରିବର୍ତ୍ତନ ଆଣିବା ସହ ମୋବିଲିଟିକୁ ଅଧିକ କନେକ୍ଟେଡ , ସେୟାର ଓ ସିମଲେସ କରିବା   ଏହି ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ. ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାରଙ୍କ ଅନୁସାରେ ସରକାର ଏହି ଆୟୋଜନ ମାଧ୍ୟମରେ ଲୋକଙ୍କ ବଞ୍ଚିବାକୁ ସହଜ ଓ ସେମାନଙ୍କୁ ରୋଜଗାରକ୍ଷମ କରିବାର ଉପାୟ ବାହାର କରିବେ. ସେଠାରେ ଉପସ୍ଥିତ ଥିବା କେନ୍ଦ୍ରିୟ ବିଦ୍ୟୁତ ମନ୍ତ୍ରାଳୟର ସଚିବ ଅଜୟ କୁମାର ଭଲ୍ଲା କହିଛନ୍ତି, ଇଲେକ୍ଟ୍ରିକ ଗାଡିକୁ ଆଗକୁ ବଢାଇବା ପାଇଁ ନ୍ୟୁନତମ ଚାର୍ଜିଙ୍ଗ ଇନଫ୍ରାଶଷ୍ଟ୍ରକଚରର ସୁବିଧା ଥିବା ଆବଶ୍ୟକ.

LEAVE A REPLY

Please enter your comment!
Please enter your name here