ଦେଶ ପାଇଁ ପଦକ ଜିତୁଥିବା ଖେଳାଳୀଙ୍କୁ ସମସ୍ତେ ବାଃ ବାଃ କରନ୍ତି । କିନ୍ତୁ ପଦକ ଜିତିଥିବା ଏମିତି ଭାରତୀୟ ଖେଳାଳୀ ଅଛନ୍ତି, ଯିଏ ବଞ୍ଚିବା ପାଇଁ ଚା’ ବିକନ୍ତି । ଏମିତି ଜଣେ ଖେଳାଳି ହେଉଛନ୍ତି ଭାରତୀୟ ଶିପକ ଟାକ୍ରୋ ଦଳର ହରିଶ କୁମାର । ୨୦୧୮ ଏସିଆନ ଗେମ୍ସରେ ବ୍ରୋଞ୍ଜ ପଦକ ଜିତି ଭାରତ ପାଇଁ ଗୌରବ ଆଣିଛନ୍ତି । ମାତ୍ର ଏହା ପରେ ବି ବଦଳିନି ତାଙ୍କ ଭାଗ୍ୟ ।ଏହି ଆର୍ନ୍ତଜାତିୟ କ୍ରୀଡା ମହୋସôବରୁ ଫେରିବା ପରେ ସେ ଏବେ ତାଙ୍କ ବାପାଙ୍କ ଚା’ ଦୋକାନରେ ଚା’ ବିକୁଛନ୍ତି । ଘରର ଆର୍ଥିକ ସ୍ଥିତି ଦୂର୍ବଳ ଥିବାରୁ ସେ ତାଙ୍କ ବାପାଙ୍କୁ ଏ କ୍ଷେତ୍ରରେ ସହାୟତା କରୁଥିବା କହିଛନ୍ତି । ନିଜର ପ୍ରତିଦିନ ଅଭ୍ୟାସରୁ ୪ ଘଣ୍ଟା ସମୟ ବାହାର କରି ସେ ଦୋକାନରେ ଚା’ ବିକ୍ରି କରିଥାନ୍ତି ।

LEAVE A REPLY

Please enter your comment!
Please enter your name here