ଗଣେଶ ପୂଜା ପାଇଁ ବଡ ଧୂମଧାମରେ ଚାଲିଥିଲା ପ୍ରସ୍ତୁତି । କଟକ ନରାଜ ସ୍ଥିତ ଏକ ଘରୋଇ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏକ ବିଶାଳକାୟ ଗଣେଶ ମୂର୍ତ୍ତି ନିକଟସ୍ଥ ଗୋଡିପାଟଣା ଅଞ୍ଚଳରୁ ଏକ ଟ୍ରାକ୍ଟର ଯୋଗେ ବିଶ୍ବବିଦ୍ୟାଳୟ ପରିସରକୁ ଆଣୁଥିଲେ । ବାଜା ବଜେଇ, ନାଚକରି ବିଘ୍ନ ବିନାଶକ ଗଜାନନଙ୍କୁ ବିଶ୍ବବିଦ୍ୟାଳୟ ପରିସରକୁ ଆଣିବା ପୂର୍ବରୁ ଘଟିଲା ଅଘଟଣ । ରାସ୍ତା ଉପର ଦେଇ ଯାଇଥିବା ଏଗାର କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଗଣେଶଙ୍କ ମୂର୍ତ୍ତି ଲାଗିଗଲା । ଚାହୁଁ ଚାହୁଁ ପୁରା ଟ୍ରାକ୍ଟର ବିଦ୍ୟୁତ ଚାର୍ଜ ହୋଇଗଲା । ଛାତ୍ରଛାତ୍ରୀଙ୍କ ଗଣେଶପୂଜାର ଖୁସି ମୁହୂର୍ତ୍ତକ ମଧ୍ୟରେ ମିଳେଇଗଲା । ବିଦ୍ୟୁତ ଆଘାତରେ ଜଣେ ଛାତ୍ର ମୃତ୍ୟୁବରଣ କରିଥିବା ବେଳେ ଚାରିଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ଛାତ୍ରଙ୍କୁ ତୁରନ୍ତ ହସପିଟାଲରେ ଭର୍ତ୍ତି କରାଯାଇଛି ।

LEAVE A REPLY

Please enter your comment!
Please enter your name here