ପୁଣି ଭୁବନେଶ୍ୱର ବିମାନ ବନ୍ଦରରୁ ଜବତ ହୋଇଛି ସୁନା. ଅମରଜିତ ସିଂହ ନାମକ ଜଣେ ଯାତ୍ରୀଙ୍କଠାରୁ ସିଆଇଏସଏଫ 610 ଗ୍ରାମର ଦୁଇଟି ସୁନା ଇଟ୍ଟା ଜବତ କରିଛି. ଯାହାର ଆନୁମାନିକ ମୂଲ୍ୟ ପ୍ରାୟ 20 ଲକ୍ଷ ହେବ ବୋଲି ଜଣାପଡିଛି. ବ୍ୟାଙ୍କକକରୁ ଦିଲ୍ଲୀ ଚାଲାଣ ବେଳେ ଏହା ଜବତ ହୋଇଛି. ଅମରଜିତ ନିଜ ପଗଡି ଭିତରେ ବ୍ଲାକ ଟେପ ଲଗାଇ ସୁନା ଇଟ୍ଟା ଲୁଚାଇ ନେଉଥିଲା. ଯାଞ୍ଚ ବେଳେ ଏହା ସାମ୍ନାକୁ ଆସିଥିଲା. ସୁନା ଜବତ କରିବା ପରେ ତାକୁ କଷ୍ଟମ ବିଭାଗକୁ ହସ୍ତାନ୍ତର କରାଯାଇଥିବା ସୂଚନା ମିଳିଛି. ବାରମ୍ବାର ଭୁବନେଶ୍ୱର ବିମାନ ବନ୍ଦରରେ ଏହି ଘଟଣା ଦେଖିବାକୁ ମିଳୁଛି.

LEAVE A REPLY

Please enter your comment!
Please enter your name here