ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ମାମଲାକୁ 6 ଦିନ ବିତିଯାଇଥିଲେ ବି ପୋଲିସ ହାତ ଖାଲି I କଲେଜ ଗେଟ ସମ୍ମୁଖରେ ଦିନରାତି ଧାରଣାରେ ବସିଥିବା ରୁଚିକାଙ୍କ ବାପା, ମାଆ ଆଜି ରାସ୍ତାକୁ ଓହ୍ଲାଇଛନ୍ତି I ରୁଚିକାଙ୍କୁ ନ୍ୟାୟ ଦେବା ଦାବିରେ ବିଭିନ୍ନ ସଂଗଠନ ପକ୍ଷରୁ ଆଜି ବିଜେବି କଲେଜ ସମ୍ମୁଖରେ ରାସ୍ତା ଅବରୋଧ କରାଯ଼ାଇଥିଲା I ଶହ ଶହ ବିକ୍ଷୋଭକାରୀ ରାସ୍ତା ଅବରୋଧ କରିବା ସହ ତୁରନ୍ତ ରୁଚିକାଙ୍କ ପରିବାରକୁ ନ୍ୟାୟ ଦେବାକୁ ଦାବି କରିଥିଲେ I ବିକ୍ଷୋଭରେ ରୁଚିକାଙ୍କ ବାପା ମାଆ ବି ସାମଲ ହୋଇଥିଲେ I ଦୀର୍ଘ ସମୟ ଧରି ରାସ୍ତା ଅବରୋଧ ଯ଼ୋଗୁ ରାସ୍ତା ଦୁଇକଡରେ ଗାଡି ମଟର ଅଟକି ରହିଥିଲା I ପୋଲିସ ବୁଝାଶୁଝା କରି ଅବରୋଧକାରୀଙ୍କୁ ରାସ୍ତା ଉପରୁ ହଟାଇଥିଲା I ରୁଚିକାଙ୍କ ଆତ୍ମହତ୍ୟା ପଛରେ କଲେଜର ତିନିଜଣ ଛାତ୍ରୀ ଥିବା ସେ ତାଙ୍କ ସୁଇସାଇଡ୍ ନୋଟରେ ଲେଖିଥିଲେ ହେଁ ପୋଲିସ ଏପର୍ଯ୍ୟନ୍ତ ତିନିଛାତ୍ରୀଙ୍କୁ ଚିହ୍ନଟ କରିବାରେ ବିଫଳ ହୋଇଛି I

LEAVE A REPLY

Please enter your comment!
Please enter your name here