ଭାଇ ଭଉଣୀଙ୍କୁ ଧରି ଗୁଣ୍ଡିଚା ମନ୍ଦିରକୁ ଘୋଷଯାତ୍ରା ରେ ଚାଲି ଆସିଛନ୍ତି ମହାପ୍ରଭୁ।ପତିଙ୍କ ବିରହ ବେଦନାକୁ ସହ୍ୟ କରିନପାରି ଅଭିମାନୀନି ମା ଲକ୍ଷ୍ମୀ ହେରାପଞ୍ଚମୀ ରେ ନନ୍ଦିଘୋଷ ରଥ ଭାଙ୍ଗିଛନ୍ତି। ହେରାପଞ୍ଚମୀ ପାଇଁ ଗୁଣ୍ଡିଚା ମନ୍ଦିର ଓ ଶ୍ରୀମନ୍ଦିରରେ ସ୍ଵତନ୍ତ୍ର ନୀତି ମାନ ଅନୁଷ୍ଠିତ ହୋଇଥିଲା । ଶ୍ରୀମନ୍ଦିର ଦକ୍ଷିଣ ଘରେ ପରମ୍ପରା ମୁତାବକ ଭଣ୍ଡାର ଘରେ ବିଜେ ଲକ୍ଷ୍ମୀ ଠାକୁରାଣୀଙ୍କୁ ପାଳିଆ ମହାଜନ ମାନେ ମାଜଣା କରିଥିଲେ । ଏହାପରେ ମାଆଙ୍କ ବନକ ଲାଗି,ପାଟଶାଢ଼ୀ ଅଳଙ୍କାର ଆଭୂଷଣ ପୂଜାପଣ୍ଡା ସେବକ ପନ୍ତି ଭୋଗ ବଢ଼ାଇଥିଲେ । ଏହାପରେ ମହାଲକ୍ଷ୍ମୀ ରାତ୍ରି ପ୍ରାୟ ସାଢେ଼ ଏଗାରଟା ସମୟ ରେ ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିର ଅଭିମୁଖେ ବାହାରିଥିଲେ ।
ହେରାପଞ୍ଚମୀ ନୀତି ନନ୍ଦିଘୋଷ ରଥ ପାଖରେ ଆରମ୍ଭ ହୋଇଥିଲା । ରଥତଳେ ମାଆ ଲକ୍ଷ୍ମୀ ଠାକୁରାଣୀଙ୍କ ରଥ ଭଙ୍ଗା ନୀତି ବଢିବା ଥିଲା।ସେପଟେ ଗୁଣ୍ଡିଚା ମନ୍ଦିରରେ ମଧ୍ୟାହ୍ନ ଧୂପ ସରି ଶାଢ଼ୀ ଲାଗି ଆଳତି ସରିବା ପରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବାଡ଼ରେ ପଞ୍ଚାମୃତ ମହାସ୍ନାନ ଓ ତିନି ବାଡ଼ରେ ସର୍ବାଙ୍ଗ ହୋଇ ବେଶ ନୀତି ଶେଷ ହୋଇଥିଲା।ଏହା ପରେ ସନ୍ଧ୍ୟାଧୂପ ଉଠି ପୂଜା ବସିଥିବା ବେଳେ ଲକ୍ଷ୍ମୀ ଠାକୁରାଣୀଙ୍କ ଦ୍ଵାରା ରଥ ଭଙ୍ଗା ନୀତି ସମ୍ପନ୍ନ ହୋଇଥିଲା।
ଏହାପରେ ମା ଲକ୍ଷ୍ମୀ ଜୟ ବିଜୟ ଦ୍ଵାରକୁ ବିଜେ କରିଥିଲେ।ମହାପ୍ରଭୁଙ୍କ ଶ୍ରୀଅଙ୍ଗ ରୁ ମା ଲକ୍ଷ୍ମୀଙ୍କ ପାଇଁ ଆଜ୍ଞାମାଳ ବିଜେ ହୋଇଥିଲା।ଏହି ଆଜ୍ଞାମାଳ ଲାଗି ପରେ ଲକ୍ଷ୍ମୀ ଠାକୁରାଣୀଙ୍କ ବିମାନ ଜଗମୋହନରୁ ଯାଇ ନାକଚଣା ଦୁଆରେ ଅଟକିଥିଲା।ଆଠାରେ ଭିତର୍ଛୁ ମହାପାତ୍ର ବନ୍ଦାପନା ଓ ଦହିପଟି ମଣୋହି ବଢ଼ାଇବାପରେ ହେରଗୋହିରି ସାହି ଦେଇ ଲକ୍ଷ୍ମୀ ଠାକୁରାଣୀ ବିଳମ୍ବିତ ରାତ୍ରୀରେ ଶ୍ରୀମନ୍ଦିରକୁ ବାହୁଡା଼ ବିଜେ କରିଥିଲେ।

LEAVE A REPLY

Please enter your comment!
Please enter your name here