ଝିଅକୁ ନ୍ୟାୟ ଦେବା ପାଇଁ ରାଜରାସ୍ତାରେ ବାପା-ମା । ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କୁ ନ୍ୟାୟ ପାଇଁ ପରିବାର ଲୋକେ ଆଜି ଲୋୟର ପିଏମଜିରେ ଧାରଣା ଦେଇଛନ୍ତି । ରୁଚିକାଙ୍କ ମା’ ଏବଂ ବାପାଙ୍କ ସମେତ ଏବିଭିପିର ଛାତ୍ରଛାତ୍ରୀମାନେ ଧାରଣାରେ ବସିଛନ୍ତି । ଗତକାଲି ବିଜେବି କଲେଜ ସାମ୍ନାରେ ପ୍ରତିବାଦ କରୁଥିବାବେଳେ ପୋଲିସ ରୁଚିକାଙ୍କ ମା’ଙ୍କ ସହିତ ଅନ୍ୟ ବିକ୍ଷୋଭକାରୀମାନଙ୍କୁ ସେଠାରୁ ଉଠାଇନେଇଥିଲା । ତେବେ ଝିଅକୁ ନ୍ୟାୟ ନମିଳିବା ଯାଏଁ ଏମିତି ଧାରଣାରେ ବସି ରହିବୁ ବୋଲି ଚେତାବନୀ ଦେଇଛନ୍ତି ରୁଚିକାଙ୍କ ମା’ ।

LEAVE A REPLY

Please enter your comment!
Please enter your name here