ସୁନ୍ଦରଗଡର ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନାଙ୍କ ଗାଡି ଧକ୍କାରେ ସୋନପୁର ବଡବାହାଲି ନିକଟରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ଥାନା ଅଧିକାରୀଙ୍କ ଗାଡି ଏକ ଅଟୋକୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪ ଜଣ ଗୁରୁତ୍ତର ହୋଇଛନ୍ତି । ୪ ଜଣ ଅଟୋ ଯୋଗେ ଯାଉଥିବା ସମୟରେ ସୋନପୁର ପଟୁ ଆସୁଥିବା କାର ସହିତ ଧକ୍କା ହୋଇଥିଲା । ଆଉ ଧକ୍କା ଦେଇଥିବା କାରରୁ ଏକ ପୋଲିସ ପୋଷାକ ମିଳିଥିଲା । ଯେଉଥିରେ ସ୍ନିଧାରାଣୀ ସୁନାଙ୍କର ନା ଲେଖାହୋଇଥିଲା । ସୋନପୁର ଏସପି କହିଛନ୍ତି, ସ୍ନିଧାରାଣୀ ପୁରୀରୁ ଡ୍ୟୁଟିସାରି ଫେରୁଥିଲେ । ଗାଡିକୁ ଥାନା ଅଧିକାରୀଙ୍କ ଡ୍ରାଇଭର ଚଳାଉଥିଲେ । ଦୁର୍ଘଟଣା ପରେ ଭୟରେ ଇନସ୍ପେକ୍ଟର ସ୍ନିଗ୍ଧାରାଣୀ ସୁନା ଗାଡି ଛାଡି ଫେରାର ହୋଇଛନ୍ତି । ଦୁର୍ଘଟଣାରେ ପ୍ରାଣ ହରାଇଥିବା ୩ ଜଣଙ୍କ ଘର ବଲାଙ୍ଗିର ରାଘବପାଲି ଅଞ୍ଚଳରେ ବୋଲି ଜଣାପଡିଛି। ସେମାନେ ଅଟୋରେ ପନିପରିବା ବିକ୍ରି କରିବାକୁ ଯାଉଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଏଥିସହ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ମୃତକଙ୍କ ପରିବାର ପ୍ରତି ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ପ୍ରତି ମୃତକଙ୍କ ନିକଟ ସଂପର୍କୀୟଙ୍କୁ ମିଳିବ ୨ ଲକ୍ଷ ଟଙ୍କା। ଦୁର୍ଘଟଣାରେ ଆହତଙ୍କ ମାଗଣା ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

LEAVE A REPLY

Please enter your comment!
Please enter your name here