ବ୍ୟାପୁଛି ମଙ୍କିପକ୍ସ ଆତଙ୍କ । ମଙ୍କିପକ୍ସରେ ଭାରତର ପ୍ରଥମ ମୃତ୍ୟୁ ଖବର ସାମ୍ନାକୁ ଆସିଛି । କେରଳର ୨୨ ବର୍ଷୀୟ ଯୁବକ ମଙ୍କିପକ୍ସରେ ପ୍ରାଣ ହରାଇଥିବା ସ୍ପଷ୍ଟ ହୋଇଛି । ଏହି ବ୍ୟକ୍ତି ଜଣଙ୍କ ୟୁଏଇରୁ ଫେରିଥିଲେ । ମଙ୍କିପକ୍ସରେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି କି ନାହିଁ ଜାଣିବା ପାଇଁ ତାଙ୍କ ନମୂନା ଏନଆଇଭି ପୁଣେକୁ ପଠାଯାଇଥିଲା । ପରୀକ୍ଷା ପରେ ସ୍ପଷ୍ଟ ଜଣାପଡିଛି ଯେ ବ୍ୟକ୍ତି ଜଣଙ୍କ ମଙ୍କିପକ୍ସରେ ସଙ୍କ୍ରମିତ ହୋଇଥିଲେ । ମଙ୍କିପକ୍ସକୁ ନେଇ ଚିନ୍ତା ବଢିଥିବାବେଳେ କେନ୍ଦ୍ର ସରକାର ଏବେ ଆକ୍ସନ ମୋଡରେ । କେନ୍ଦ୍ର ଏକ ଟାସ୍କ ଫୋର୍ସ ଗଠନ କରିଛନ୍ତି ।