ମଧ୍ୟପ୍ରଦେଶ ଜବଲପୁରର ଏକ ପ୍ରାଇଭେଟ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ । ଏବେ ସୁଦ୍ଧା ଏଥିିରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩ ଜଣ ଗୁରୁତ୍ତର ଅଛନ୍ତି । ଶିବନଗରରେ ସ୍ଥିତ ନ୍ୟୁଲାଇଫ୍ ମଲ୍ଟିସ୍ପେଶାଲିଟି ହସ୍ପିଟାଲରେ ଲାଗିଛି ନିଆଁ । ହସ୍ପିଟାଲରେ ଅନେକ ଲୋକ ଏବେ ବି ଫସି ରହିଛନ୍ତି । ଅଗ୍ନିକାଣ୍ଡରେ ଯେଉଁମାନେ ପ୍ରାଣ ହରାଇଛନ୍ତି ସେମାନଙ୍କ ମଧ୍ୟରୁ ହସ୍ପିଟାଲ ଷ୍ଟାଫ ଅନେକ ରହିଛନ୍ତି । ନିଆଁକୁ ଆୟତ୍‌ତ କରାଯାଇଥିବାବେଳେ ଏବେ ବି କିଛି ଗୁରୁତ୍ତର ରୋଗୀ ଫସି ରହିଛନ୍ତି । ସବୁଠୁ ବଡ କଥା ହେଉଛି ହସ୍ପିଟାଲରୁ ବାହାରକୁ ଆସିବା ପାଇଁ ମାତ୍ର ଗୋଟିଏ ରାସ୍ତା ଥିବାରୁ ଅନେକ ଲୋକ ଫସି ରହିଛନ୍ତି ।
ମୃତାହତଙ୍କ ପାଇଁ ସରକାରୀ ସହାୟତା ଘୋଷଣା କଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ । ପ୍ରତି ମୃତକଙ୍କ ପରିବାର ପିଛା ୫ ଲକ୍ଷ ଟଙ୍କା ସହାୟତା ମିଳିବ । ଆହତମାନଙ୍କୁ ୫୦ ହଜାର ଟଙ୍କା ପ୍ରଦାନ କରାଯିବାକୁ ଘୋଷଣା

LEAVE A REPLY

Please enter your comment!
Please enter your name here