ବନ୍ୟା ସମୀକ୍ଷା ବୈଠକରେ ସିନିୟର ଅଧିକାରୀଙ୍କ ଆଗରେ ହସି ଦେବାରୁ କନିଷ୍ଠ ଯନ୍ତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ଏହି କନିଷ୍ଠ ଯନ୍ତ୍ରୀ ଜଣଙ୍କ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକର ମିହିର ପଣ୍ଡା । କାରଣ ଦର୍ଶାଅ ନୋଟିସର ପ୍ରତିବାଦ କରି ସେ କହିଛନ୍ତି , ଲଢେଇ ଜାରି ରହିବ । ବନ୍ୟା ସମୟରେ ଗୋଟିଏ ପଞ୍ଚାୟତରେ ମାତ୍ର ୪୦ରୁ ୫୦ ଜଣଙ୍କୁ ରନ୍ଧା ଖାଦ୍ୟ ଦିଆଯାଇଥିଲା । ପରିଦର୍ଶନ ସମୟରେ ସେ ନିଜେ ଏହା ଦେଖିଥିଲେ । କିନ୍ତୁ ୮୫୦ ଜଣଙ୍କୁ ରନ୍ଧା ଖାଦ୍ୟ ବଣ୍ଟାଯାଇଥିବାର ଏକ ମେସେଜ୍ ଆସିଥିଲା । ଏହାଦେଖି ସେ ହସିଦେଇଥିବା କହିଛନ୍ତି ।

LEAVE A REPLY

Please enter your comment!
Please enter your name here